ସମ୍ବଲପୁର 05/02 (ସନ୍ଧାନ ନିୟୁଜ): ବୁଧବାର ସମଗ୍ର ପଶ୍ଚିମ ଓଡ଼ିଶାରେ ବନ୍ଦ ପାଳନ କରାଯାଉଛି। ଏହାର ପ୍ରଭାବ ସମ୍ବଲପୁରରେ ମଧ୍ୟ ଦେଖିବାକୁ ମିଳିଛି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ତେଜିଛି ଆନ୍ଦୋଳନ । ବୁଧବାର ସମଗ୍ର ପଶ୍ଚିମ ଓଡ଼ିଶାରେ ଏହି ପ୍ରସଙ୍ଗ ନେଇ ବନ୍ଦ ପାଳନ କରାଯାଉଛି । ଏକାଠି ହୋଇଛନ୍ତି ସମଗ୍ର ପଶ୍ଚିମ ଓଡ଼ିଶାର ଓକିଲ ସଂଘ। ଏଥିରେ ସାମିଲ ହୋଇଛନ୍ତି ସମସ୍ତ ଜିଲ୍ଲାର ବିଭିନ୍ନ ବର୍ଗର ଲୋକ । ବୁଧବାର ସକାଳୁ ସମ୍ବଲପୁର କ୍ଷେତରାଜପୁର ମୁଖ୍ୟ ରେଳ ଷ୍ଟେସନଠାରେ ଆନ୍ଦୋଳନକାରୀ ସମ୍ବଲପୁର-ପୁରୀ, ସମ୍ବଲପୁର-ରାୟଗଡା ଇଣ୍ଟରସିଟି ସହ ସମ୍ବଲପୁର-ରାଉରକେଲା ଡିଏମୟୁ ଟ୍ରେନକୁ ଅଟକାଇଛନ୍ତି ।
ତାଜା ଖବର
- ବାଇକ ସଡକ ଦୁର୍ଘଟଣା ରେ ଜଣେ ମୃତ ଓ ଦୁଇଜଣ ଗୁରୁତର
- ତଳସରା ଜଳସେଚନ ବିଭାଗର ଦ୍ଵାରା ହରିଦ୍ରାଲେପନ କରି ଅହେତୁକ ଟଙ୍କାର ଅପବ୍ୟୟ ଓ କେନାଲ ବିପଦଜନକ ସ୍ଥିତିରେ
- ମିଠାପାଲିରେ ୨୪ ପହରୀ ଅଖଣ୍ଡ ବିଶ୍ୱଶାନ୍ତି ନାମଯଜ୍ଞ ଉଦଯାପିତ
- ବନବିଭାଗର ବୃକ୍ଷରୋପଣରେ ଅନିୟମିତତା: ଆଲୁ ବସ୍ତାରେ ବାରିକେଡ୍ କରାଯାଇଥିବା ନବୀନ ଗଛ
- ପୋଲିସ ପାଟ୍ରୋଲିଂ ବେଳେ କାଠ ପଟା ବୋଝେଇ ମିନି ଟ୍ରକ ଜବତ : ୩ ଜଣ ଗିରଫ
- ବାଲିଗୁଡା ରେ ବିଜୁ ବାବୁଙ୍କ ୨୯ ତମ ତିରୋଧାନ ଦିବସ
- ଇତିହାସ ବିଭାଗର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା: କିଛି ସ୍ମୃତି କଲେଜ ପାଇଁ ଇତିହାସ ହୋଇ ରହିଯାଏ
- ଦାରିଙ୍ଗବାଡ଼ି ବ୍ଲକ ର ଦୁର୍ଗମ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପର ତଦାରଖ କଲେ କନ୍ଧମାଳ ଜିଲ୍ଲାପାଳ
- ପି ଏମ ଶ୍ରୀ ରାମ ନାରାୟଣ ଉଚ୍ଚ ବିଦ୍ୟାଳୟ ର ୮୨ ତମ ବାର୍ଷିକ ଉତ୍ସବ ପାଳିତ। ଦୋଳ ସାହି ପଞ୍ଚାୟତ।
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ



