ଭୁବନେଶ୍ଵର, ୨/୨/୨୦ (ସନ୍ଧାନ ନିଉଜ) : ବିପ୍ଲବୀ କବି ରବି ସିଂଙ୍କର ଆଜି ସକାଳେ ପରଲୋକ ଘଟିଛି। କଟକର ଖପୁରିଆ ଲେବର୍ କଲୋନି ବାସଭବନରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିବା ପୁଅ ଚନ୍ଦ୍ରଜିତ୍ ସିଂ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ରବି ସିଂଙ୍କୁ କଟକର ଏସ୍ ସିବିରେ ଚିକିତ୍ସିତ କରାଯିବା ପରେ ତିନିଦିନ ତଳେ ଘରକୁ ଅଣାଯାଇଥିଲା। ଆଜି ସକାଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରବି ସିଂ ୧୯୬୧ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଓ ୨୦୧୭ରେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଲାଭ କରିଥିଲେ।
କବି ରବି ସିଂଙ୍କ ପରଲୋକ
|
February 2, 2020 |
