ଦୁଇ ଜଣଙ୍କ ନାମ ଏକା ଥିବାରୁ: ପକୃତ ହିତାଧିକାରୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଗୃହକୁ ଅନ୍ୟଜଣେ ହାତେଇ ନେଲା

Spread the love

ଧର୍ମଶାଳା,୩୦/୬(ସନ୍ଧାନ ନିୟୁଜ/ଦିପକ) କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଗରିବ ସୀମାରେଖା ତଳେ ଥିବା ଲୋକମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରି ସେମାନଙ୍କ ବିକାଶ କରିବାକୁ ଉଦ୍ୟାମ କରୁଥିବା ବେଳେ ଏହା ପଂଚାୟତ ସ୍ତରରେ ହୀନମନ୍ୟତା ଓ ପକ୍ଷପାତିତା ରାଜନୀତି ପାଇଁ ପକୃତ ହିତାଧିକାରୀ ଏହି ଯୋଜାନ ମାନଙ୍କରୁ ବାଦ ପଡୁଥିବା ଲକ୍ଷ କରାଯାଉଛି । ସରକାରଙ୍କ ଦ୍ୱାରା ଚିହ୍ନଟ ହିତାଧିକାରୀ ମାନେ ନିଜ ହକ୍ ପାଇବା ବଦଳରେ ସରକାରୀ ଦଳକୁ ସମର୍ଥନ କରୁଥିବା ବ୍ୟକ୍ତି ମାନେ ଏଗୁଡିକୁ ହାତେଇ ନେଉଛନ୍ତି । ଏଭଳି ଏକ ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଧର୍ମଶାଳା ବ୍ଲକ ଅନ୍ତର୍ଗତ ତାଳଜଙ୍ଗ ଗ୍ରାମରେ । ଅଭିଯୋଗ ମୁତାବକ ତାଳଜଙ୍ଗ ଗ୍ରାମର ରମେଶ ମଳିକ ପିତା ଚକ୍ରଧର ଏବଂ ମା ପାଗଳି ମଳିକ ନାମରେ ୨୦୧୭-୧୮ରେ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ଏକ ଗୃହ ପଞ୍ଜିକରଣ ହୋଇଥିଲା । ତାହାର ପଞ୍ଜିକରଣ ନମ୍ବର ଓଆର୩୧୯୩୯୭୪ ଅଟେ । କିନ୍ତୁ ଦୀର୍ଘ ଦିନ ଧରି ସିରିଏଲରେ ଥାଇ ମଧ୍ୟ ଘରେ ଖଣ୍ଡେ ନପାଇବାରୁ ଏହି ପଞ୍ଜିକରଣ ନମ୍ବରକୁ ଆଧାରା କରି ଘରେ ଖଣ୍ଟେ କରିବା ପାଇଁ ପଂଚାୟତର ସରପଂଚଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କ ପ୍ରର୍ଯ୍ୟନ୍ତ ଦୌଡିଥିଲା । ପରେ ସେ ଜାଣିବାକୁ ପାଇଲା ଯେ ସେହି ଗ୍ରାମର ଅନ୍ୟଜଣେ ସମାନ ନାମ ଧାରି (ରମେଶ ମଳିକ ପିତା-ଚକ୍ରଧର) ତାହାକୁ ହାତେଇ ନେଇଛନ୍ତି । ଏପରକି ଏହି ଗୃହକୁ ନିର୍ମାଣ କରିସାରି ବ୍ଲକରୁ ତା ୨/୩/୨୦୧୭ସୁଧା ୧ଲକ୍ଷ୩୦ହାଜର ଟଙ୍କା ଉଠାଇ ନେଇଛନ୍ତି । ପକୃତ ପକ୍ଷେ ପକୃତ ହିତାଧିକାରୀ ଘର ନପାଇ ମଧ୍ୟ ତାହା ନାମରେ ଏକ ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ଘର ହାତେଇ ନେବା ଘଟଣା ରେ କହାର ହାତ ରହିଛି ତାହା ଜାଣିକି କିମ୍ଭା ନଜାଣିକି କରାଯାଇଛି ତାହାର ତଦନ୍ତର ଅବାଶ୍ୟକତ ରହିଛି । ତେବେ ଏସମ୍ପର୍କିତ ତଥ୍ୟକୁ ପଂଚାୟତର ସରପଂଚଙ୍କୁ ରମେଶ ଦେଖାକରି କହିବାରୁ ସେ ବିଡିଓଙ୍କ ସହିତ ଆଲୋଚନା କରି ଏହାର ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେଇଥଲେ । କିନ୍ତୁ ଏହା ମଧ୍ୟରେ ୬ମାସ ବିତିଯାଇଥିଲେ ସୁଧା ରମେଶଙ୍କୁ ଘର ଖଣ୍ଡିଏ ମିଳିବାତ ଦୂରର କଥା ତାହା କଥାକୁ ବିଡିଓ ପାଖରେ ମଧ୍ୟ କେହିଁ ପଂହଚାଇନଥିବା ଜଣାଯାଇଛି । ତେବେ ଏହା ଉପରେ ତଦନ୍ତ କରି ପକୃତ ହିତାଧିକାରୀଙ୍କୁ ଘର ଯୋଗାଇଦେବାକୁ ସାଧରଣରେ ଦାବି ହେଉଛି ।

Related Posts

About The Author

Add Comment