୨୩ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

Spread the love
ଖୋର୍ଦ୍ଧା,  ୨୫/୧/୨୦ (ସନ୍ଧାନ ନିଉଜ) : ବନ୍ଧୁକ ଦେଖାଇ ୨୩ ଲକ୍ଷ ଟଙ୍କା ଲୁଟିନେଲେ ୪ ଦୁର୍ବୃତ୍ତ। ଏପରି ଘଟଣା ଖୋର୍ଦ୍ଧା ଟାଉନ୍‌ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।   ଏଲ୍‌ଆଇସି ବୀମା ଟଙ୍କା (୨୩ ଲକ୍ଷ) ବ୍ୟାଙ୍କରେ ଜମା କରିବା ପାଇଁ ଏକ ଘରୋଇ ସଂସ୍ଥାର ଜଣେ କର୍ମଚାରୀ ବାଇକ୍‌ରେ ନେଇ ଯାଇଥିଲେ। ତେବେ ଖୋର୍ଦ୍ଧା ସାଇ ମନ୍ଦିର ନିକଟରେ ୪ ଜଣ ଦୁର୍ବୃତ୍ତ ତାଙ୍କ ବାଇକକୁ ଅଟକାଇଲେ। ପରେ ବନ୍ଧୁକ ଦେଖାଇ ୨୩ ଲକ୍ଷ ଟଙ୍କା ଲୁଟି ନେଇ ଯାଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତନାଘନା ଆରମ୍ଭ କରିଛି। ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

Related Posts

About The Author

Add Comment