ଭଡଙ୍ଗାରେ ପାନୀୟ ଜଳର ଅଭାବ, ୪କିମ୍ ଦୂରର ଚଣ୍ଡିମନ୍ଦିରର ଝରଣା ଭରଷା

Spread the love

ଯାଜପୁର/ଧର୍ମଶାଳା (ସନ୍ଧାନ ନୁୟୁଜ ବୁ୍ୟରୋ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ଗ୍ରାମ ପଂଚାୟତର ଭଡଙ୍ଗା ଗ୍ରାମରେ ଆରମ୍ଭ ହୋଇଗଲାଣି ପାନୀୟ ଜଳର ଅଭାବ । ଏହି ଗ୍ରାମଟି ପାହାଡିଆ ଅଂଚଳରେ ଅବସ୍ଥିତ ହୋଇଥିବା ବେଳେ ଏଠାରେ ସବାଧିକ ଗ୍ରାମ ପଂଚାୟର ଭୋଟର ରହିଛନ୍ତି । ମାତ୍ର ପ୍ରତିବର୍ଷ ଗ୍ରୀଷ୍ମ ଆରମ୍ଭ ନହେଉଣୁ ପାନୀ ଜଳକୁ ନେଇ ବିବାଦ ଆରମ୍ଭ ହୋଇଗଲାଣି । ଗ୍ରାମ ପାଇଁ ରହିଥିବା ୩ଟି ନଳକୂପ ଉପରେ ଏହି ଗ୍ରାମର ୭୦୦ ଲୋକ ନିର୍ଭର କରୁଥିବା ବେଳେ ସେଗୁଡିକ ସବୁ ଅଚଳ । ଅନ୍ୟପଟରେ ବ୍ଲକ ପ୍ରଶାସନ ଅଚଳ ନଳକୁପ ସମ୍ମୁଖରେ କେଳବ ସୋକ୍ ପିଟ୍ କରି ଟଙ୍କା ପଇସା ପ୍ରଚୁର ସାରିବାକୁ ପ୍ରଚେଷ୍ଟା କରୁଥିବା ବେଳେ ପାନୀୟ ଜଳ ଯୋଗାଣ ବିଭାଗ ପଂଚାୟତରୁ ସବୁ ଅର୍ଥ କାଢ଼ିନେଇ ନିଜେ କରିବ କହି ଚୁପ ହୋଇ ବସି ରହିଛି ।

ଏପରି ସ୍ଥଳେ ଜନସାଧରଣ ପାନୀୟ ଜଳ ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି । ଏହି ଗ୍ରାମରେ ଏବେ ଗୋଟିଏ ନଳକୂପ ଚାଲୁôଥିବା େବେଳ ତାହାବି ଅନେକ ସମୟରେ ପାଣି ଯୋଗାପାରୁନାହିଁ । ଗୋଟିଏ ନଳକୂପରୁ ପାଣି ନେବା ପାଇଁ ଗ୍ରାମବାସୀଙ୍କୁ ଘଂଟା ଘଂଟା ଅପେକ୍ଷା କରିବା ସହିତ ଦୀର୍ଘ ସମୟ ହ୍ୟାଣ୍ଡଲ ମାରିବାକୁ ପଡୁଛି । ଏପରି ସ୍ଥଳେ ବହୁବାର ଅଭିଯୋଗ ପରେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହେଉନାହିଁ । ଅନ୍ୟପଟରେ ପଂଚାୟତର ସରପଂଚ ମଧୁସ୍ମିତା ଭଦ୍ର କୌଣସି କାର୍ଯ୍ୟର ତଦାରଖ କରନ୍ତି ନାହିଁ । ତାଙ୍କର ସ୍ୱାମୀ ରୁପେଶ ଭଦ୍ର ପଂଚାୟତର ଦାୟିତ୍ୱ ବୁଝୁଥିବା ବେଳେ ସେ ଏବେ ଜେଲରେ ରହିଛନ୍ତି । ଫଳରେ ପଂଚାୟତର ସମସ୍୍ୟା କେହି ବୁଝୁନାହାନ୍ତି । ଅନ୍ୟପଟରେ ବ୍ଲକ ପ୍ରଶାସନ ମଧ୍ୟ ପଂଚାୟତର କୌଣସି ସମସ୍ୟା ସମାଧାନ କରୁନାହିଁ । ଫଳରେ ଭଡଙ୍ଗା ଗ୍ରାମବାସୀ ପାଣି ଟୋପାଏ ପାଇଁ ଏହି ଗ୍ରାମଠାରୁ ୪କିମ୍ ଦୂର ଚଣ୍ଡିମନ୍ଦିରର ଝରଣ ଉପରେ ନିର୍ଭର କରିଥିବା ବେଳେ ଘରର ପୁରୁଷ ମାନେ ଗାଡି ନେଇ ପାଣି ଆଣି ବ୍ୟବହାର କରୁଛନ୍ତି । ତୁରନ୍ତ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି । ନଚେତ ବ୍ଲକ ଘେରାଉ କରାଯିବ ବୋଲି ଚ୍ତୋବନୀ ଦେଇଛନ୍ତି ।

Related Posts

About The Author

Add Comment