ଅହମ୍ମଦାବାଦ ୧୯/୧/୨୦୨୦ (ସନ୍ଧାନ ନିଉଜ) ପାଟୀଦାର ନେତା ହାର୍ଦିକ ପଟେଲଙ୍କୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚ। ରାଜଦ୍ରୋହ ମାମଲାରେ କୋର୍ଟରେ ହାଜର ନହେବା କାରଣରୁ ସ୍ଥାନୀୟ ସେସନ କୋର୍ଟ ତରଫରୁ ଜାରୀ କରାଯାଇଥିଲା ଜାମିନ ବିହୀନ ୱାରେଣ୍ଟ। ଏହା ପରେ ପୁଲିସ ପାଟୀଦାର ନେତା ହାର୍ଦିକ ପଟେଲଙ୍କୁ ବିରମଗାମରୁ ଗିରଫ କରିଛି।