ଅଷ୍ଟ୍ରେଲିୟା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନେଲା ନିଷ୍ପତ୍ତି – ଭାରତର ପ୍ରଥମେ ବ୍ୟାଟିଂ

Spread the love

ରାଜକୋଟ ୧୭/୧/୨୦୨୦ (ସନ୍ଧାନ ନିଉଜ) : ଅଷ୍ଟ୍ରେଲିୟାର ଅଧିନାୟକ ଏରନ ଫିଂଚ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନେଲେ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍ ଭାରତ ପ୍ରଥମେ ବ୍ୟାଟିଂ କରିବ। ପ୍ରଥମ ୱାନଡେରେ ପରାଜୟ ସାମନା କରିବା ପରେ ଭାରତୀୟ ଟିମ ରାଜକୋଟ (Rajkot) ରେ ଅଷ୍ଟ୍ରେଲିୟା ବିରୁଦ୍ଧରେ ଓହ୍ଲାଇଛି। ଅଷ୍ଟ୍ରେଲିୟା ତିନୋଟି ୱାନଡେ ମ୍ୟାଚର ସିରିଜ୍ ର ପ୍ରଥମ ମ୍ୟାଚ୍ ରେ ଭାରତକୁ ୧୦ ୱିକେଟ୍ ରେ ହରାଇଥିଲା। ଟିମ ଇଣ୍ଡିଆ ଏହି ସିରିଜ୍ ରେ ୦-୧ ରେ ପଛରେ ଅଛି। ପ୍ରଥମ ୱାନଡେ ପରେ ଭାରତୀୟ ଟିମକୁ ବଡ଼ ଝଟକା ଲାଗିଥିଲା ଯେତେବେଳେ ଟିମର ନିୟମିତ ୱିକେଟକୀପର ଋଷଭ ପନ୍ତ ଆହତ ହେବା କାରଣରୁ ଟିମରୁ ବାହାର ହେଲେ।

ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ସମ୍ପୂର୍ଣ୍ଣ ଓଭର ମଧ୍ୟ ଖେଳି ନପାରି ୨୫୫ ରନରେ ଅଲ ଆଉଟ୍ ହୋଇଥିଲା। ଏହି ଲକ୍ଷକୁ ଅଷ୍ଟ୍ରେଲିଆର ଓପନିଂ ବ୍ୟାଟ୍ସମ୍ୟାନ୍ ଡେବିଡ ବର୍ନର ଏବଂ ଏରୋନ ଫିଂଚ ଶତକ ଲଗାଇ ସହଜରେ ହାସଲ କରିନେଇଥିଲେ। ଭାରତ ୧୫ ବର୍ଷ ପରେ ୱାନଡେରେ ୧୦ ୱିକେଟ୍ ରେ ହାରିଛି। ଏହା ପୂର୍ବରୁ ଭାରତକୁ ସାଉଥ ଆଫ୍ରିକା କୋଲକାତାରେ ୧୦ ୱିକେଟ୍ ରେ ହରାଇଥିଲା।

ଭାରତର ପ୍ଲେଇଙ୍ଗ ଇଲେଭେନ – ଶିଖର ଧବନ, ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲୀ, ଶ୍ରେୟସ ଆୟାର, ରବୀନ୍ଦ୍ର ଜାଡେଜା, ନବଦୀପ ସୈନୀ, କୁଲଦୀପ ୟାଦବ, ମୋହମ୍ମଦ ଶମୀ, ଜସପ୍ରୀତ ବୁମରାହ ଏବଂ ମନୀଷ ପାଣ୍ଡେ।

ଅଷ୍ଟ୍ରେଲିୟା ପ୍ଲେଇଂଗ ଇଲେଭେନ କୌଣସି ପରିବର୍ତ୍ତନ ହୋଇନାହିଁ – ଡେବିଡ ବର୍ନର, ଏରନ ଫିଂଚ, ମାର୍ନସ ଲାବୁଶେନ, ଷ୍ଟୀବ ସ୍ମିଥ, ଏଶ୍ଟନନ ଟର୍ନର, ଏଲେକ୍ସ କ୍ୟାରୀ, ଏଶ୍ଟନ ଏଗର, ପ୍ୟାଟ କମିନ୍ସ, ମିଚେଲ ଷ୍ଟାର୍କ, କେନ ରିଚର୍ଡସନ, ଏଡମ ଜମ୍ପାା।

Related Posts

About The Author

Add Comment