କୋଟିପତି ପ୍ରଧାନ ଶିକ୍ଷକ ଗିରଫ

Spread the love

ନବରଙ୍ଗପୁର, ୧୦/୦୧/୨୦ (ସନ୍ଧାନ ନିଉଜ/ ଏସ ନାୟକ) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଜୋଡିଙ୍ଗା ପଞ୍ଚାୟତ ବୋରଗାଁ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀ ଗିରଫ ହୋଇଛନ୍ତି। ତାଙ୍କ ଘରେ ଭିଜିଲାନ୍ସ ରେଡ କରିଥିଲା। ରାଇଘର ସହର ମଧ୍ୟରେ ତାଙ୍କର ୩ଟି ବାସଭବନ, ଦୋକାନ ଗୃହ, ଗୋଦାମ ଗୃହ ଓ ସ୍କୁଲରେ ଭିଜିଲାନ୍ସ କରି ୨ କୋଟି ୬୦ ଲକ୍ଷ ୬୭ ହଜାର ୨୨୩ ଟଙ୍କା ସମ୍ପତ୍ତି ଥିବା ଆକଳନ କରିଥିଲା। ସମ୍ପତ୍ତି ସମ୍ପର୍କରେ ସନ୍ତୋଷଜନକ ହିସାବ ଦେଇ ନପାରିବାରୁ ଗତକାଲି ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Related Posts

About The Author

Add Comment