ଯାଜପୁର ସଦର, ୦୯ା୦୧(ସନ୍ଧାନ ନିୟୁଜ/ଗୋପିନାଥ ଦାଶ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଞ୍ଚାୟତର ସାହାପଡ଼ା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ କିଶୋର ଚନ୍ଦ୍ର ସାହୁ(୭୦) ବ୍ରହ୍ମବରଦା ପଞ୍ଚାୟତର ଅବସର ପ୍ରାପ୍ତ ଶିକ୍ଷକ ରବିନ୍ଦ୍ର କୁମାର ଦେଓଙ୍କୁ ଦେଖିବାକୁ ଯାଇଥିବା ବେଳେ, ଏହି ଶିକ୍ଷକ କିଶର ଚନ୍ଦ୍ର ସାହୁଙ୍କ ହୃଦ୍ଘାତରେ ମୃତୁ୍ୟ ଘଟିଥିବା ଜଣାଯାଇଚି । ଶ୍ରୀ ସାହୁ ବ୍ରହ୍ମବରଦା ମହେଶ୍ୱରପୁରରେ ଚାକିରୀ କରି ଅବସର ନେଇଥିବା ବେଳେ, ଗତକାଲି ବ୍ରହ୍ମବରଦା ଗ୍ରାମର ଶିକ୍ଷାବିତ୍ ବରିଷ୍ଟ ଅବସରପ୍ରାପ୍ତ ଶିକ୍ଷକ ରବିନ୍ଦ୍ର କୁମାର ଦେଓଙ୍କର ହୃଦ୍ଘାତ ହେବାରୁ ଶ୍ରୀ ଦେଓଙ୍କର ମୃତୁ୍ୟ ଘଟିଥିଲା । ତାଙ୍କୁ ଦେଖିବାକୁ ପାଇଁ ସାହାପଡ଼ା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ କିଶର ଚନ୍ଦ୍ର ସାହୁ ଶ୍ରୀ ଦେଓଙ୍କୁ ଦେଖି ଘରକୁ ଆସି ପହଁଞ୍ଚôବା ପରେ ହୃଦ୍ଘାତ ହେବାରୁ ଶ୍ରୀ ସାହୁଙ୍କର ମୃତୁ୍ୟ ଘଟିଥିଲା । ଶୋକାକୁଳ ପରିବେଶରେ ଶ୍ରୀ ସାହୁଙ୍କର ଶବକୁ ଶ୍ମଶାନକୁ ନିଆଯାଇ ଶବ ସଂସ୍କାର କରାଯାଇଥିଲା । ତାଙ୍କ ମୃତୁ୍ୟରେ ଶିକ୍ଷକ ମହଲରେ ଶୋକର ଛାୟା ଖେଳି ଯାଇଚି । ଶ୍ରୀ ସାହୁଙ୍କର ମୃତୁ୍ୟରେ ଯାଜପୁର ଜିଲ୍ଲା ବିଜେଡ଼ି ସାଧାରଣ ସଂପାଦକ ପ୍ରଦିପ ଦାସ, ସରପଞ୍ଚ ବିଜୟ କୁମାର ଦାସ, ସମିତି ସଭ୍ୟ ଅଟଳ ବିହାରୀ ଦାସ, ଏବଂ ବହୁ ବିଜେଡ଼ି କର୍ମି ବନ୍ଧଡିହ ପଞ୍ଚାୟତର ଯୁବନେତା ସରୋଜ କୁମାର ସେଠୀ, ପ୍ରମୋଦ କୁମାର ସାହୁ, ଗଣେଶ୍ୱର ସାହୁ, ବନ୍ଧଡିହ ପଞ୍ଚାୟତର ପଞ୍ଚାୟତ ସଭାପତି ବିକ୍ରମ କୁମାର ନାୟକ, ସମିତି ସଭ୍ୟ ଶ୍ୟାମ ସୁନ୍ଦର ବେହେରା, ସରପଞ୍ଚଚ ଅମଲତା ଜେନା, ସାହାପଡ଼ା ଗ୍ରାମର ଗ୍ରାମବାସୀ ମାନେ ଦୁଃଖ ପ୍ରକାଶ କରିବା ସହିତ ଶ୍ରୀ ସାହୁଙ୍କର ଆତ୍ମାର ସଦ୍ଗତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।
ଶିକ୍ଷକଙ୍କୁ ଦେଖିବାକୁ ଆସି ଶିକ୍ଷକଙ୍କ ଚାଲିଗଲେ
|
January 9, 2020 |