ଲକ୍ଷ୍ମୀନାରାୟଣ ମନ୍ଦିରର ଜନ୍ମଉତ୍ସବ ଅନୁଷ୍ଟିତ

Spread the love

ଯାଜପୁର ସଦର, ୮/୧/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ବଡ଼ବାଲିକୁଦା ପଞ୍ଚାୟତର ଜନକ ଗ୍ରାମର ଲକ୍ଷ୍ମୀନାରାୟଣ ମନ୍ଦିର ଜନ୍ମଉତ୍ସବ ପାଳନ ଅବସରରେ ବରିଷ୍ଟ ପଣ୍ଡିତ ମାନଙ୍କୁ ନେଇ ଗୀତା ଯଜ୍ଞ ଅନୁଷ୍ଟିତ କରାଯାଉଥିବା ବେଳେ, ମନ୍ଦିରର ପ୍ରତିଷ୍ଠାତା ଶରତ କୁମାର ଜେନାଙ୍କ ତତ୍ୱାବଧାନରେ ଲକ୍ଷ୍ମୀନାରାୟଣଙ୍କ ଜନ୍ମଉତ୍ସବ ଅନୁଷ୍ଟିତ କରାଯାଇଥିଲା । ବରିଷ୍ଠ ପଣ୍ଡିତ ମାନଙ୍କୁ ନେଇ ଲକ୍ଷ୍ମୀନାରାୟଣ ମନ୍ଦିରରେ ଶୋଡ଼ଷ ଏବଂ ପଞ୍ଚଉପଚାରରେ ଲକ୍ଷ୍ମୀନାରାୟଣ ପୂଜା କରାଯାଇଥିଲା । ସୂର୍ଯ୍ୟପୂଜା ଗୋପୂଜା ଅଙ୍କୁରାରୋପଣ ଅଗ୍ନିସ୍ଥାପନ ଯଜ୍ଞକୁଣ୍ଡରେ ଅଗ୍ନିସ୍ଥାପନ କରାଯାଇ ଆହୁତି ସ୍ଥାପନା କରାଯାଇଥିଲା । କର୍ତ୍ତା ଶରତ କୁମାର ଜେନା ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଜେନା ସଂଙ୍କଳ୍ପ କରବା ସହିତ କର୍ତ୍ତା ଭାବେ ମହାଲକ୍ଷ୍ମୀ ନାରାୟଣଙ୍କର ବଟୁ ଧାରଣ କରିଥିଲେ । ବରିଷ୍ଠ ପଣ୍ଡିତ ମାନେ ବେଦ ଧ୍ୱନିରେ ଭଗବତ ଗୀତା ପାଠନ କରିବା ସହିତ ଯଜ୍ଞ କୁଣ୍ଡରେ ଆହୁତି ପ୍ରଦାନ କରିଥିଲେ । ଗ୍ରାମବାସୀ ମାନଙ୍କ ସାହାଯ୍ୟ ସହଯୋଗରେ ଜନ୍ମଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଭକ୍ତ ମାନେ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିଥିଲେ । ଭକ୍ତମାନେ ଲକ୍ଷ୍ମୀନାରାୟଣଙ୍କୁ ଦର୍ଶନ କରିବା ସହିତ ପ୍ରଭୂଙ୍କ ଆଶ୍ରୀର୍ବାଦ ଭିକ୍ଷା କରିଥିଲେ ।

Related Posts

About The Author

Add Comment