ଦିଲ୍ଲୀ ନିର୍ବାଚନ : ୮ ଫେବୃଆରିରେ ଭୋଟ ଗ୍ରହଣ, ୧୧ ରେ ଫଳାଫଳ

Spread the love

ନୂଆଦିଲ୍ଲୀ ୬/୧/୨୦୨୦ (ସନ୍ଧାନ ନିୟୁଜ) ଦିଲ୍ଲୀ ବିଧାନସଭା ପାଇଁ ୮ ଫେବୃଆରିରେ ଗୋଟିଏ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ। ୧୧ ରେ ଆସିବ ଫଳାଫଳ। ନିର୍ବାଚନ ଆୟୋଗ ଏ ନେଇ ଆଜି ଘୋଷଣା କରିଛନ୍ତି।

୭୦ ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ୨୨ ଫେବୃଆରିରେ ସମାପ୍ତ ହେଉଛି। ନିୟମାନୁସାରେ ଏହା ପୂର୍ବରୁ ହିଁ ନିର୍ବାଚନ ସଂପନ୍ନ କରାଯାଇ ନୂଆ ବିଧାନସଭାର ଗଠନ କରିବାକୁ ପଡ଼ିବ।

ମୁଖ୍ୟ ନିର୍ବାଚନ ଆୟୁକ୍ତଭ ସୁନୀଲ ଅରୋଡ଼ା ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। କେନ୍ଦ୍ରଶାସିତ ପ୍ରଦେଶରେ ୮ ଫେବୃଆରିରେ ଭୋଟିଂ ହେବ। ୧୧ ଫେବୃଆରିରେ ନିର୍ବାଚନର ଫଳାଫଳ ଆସିବ। ନିର୍ବାଚନ ଆୟୋଗ କହିଛନ୍ତି କି ଦିଲ୍ଲୀରେ ନିର୍ବାଚନର ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି। ନିର୍ବାଚନରେ ୯୦ ହଜାର କର୍ମଚାରୀଙ୍କର ଆବଶ୍ୟକତା ହେବ। ଦିଲ୍ଲୀ ବିଧାନସଭାର ସମସ୍ତ ୭୦ଟି ଆସନ ପାଇଁ ନିର୍ବାଚନ ହେବ। ଦିଲ୍ଲୀରେ ସର୍ବମୋଟ ୧.୪୬ କୋଟି ମତଦାତା ନିଜର ମତଦାନ କରିବେ। ବୃଦ୍ଧ ମତଦାତା ପୋଷ୍ଟାଲ ବାଲାଟରେ ମତଦାନ କରି ପାରିବେ। ରାଜ୍ୟହରେ ୨, ୬୮୯ ଜାଗାରେ ଭୋଟିଂ ହେବ।

ନିର୍ବାଚନ ଆୟୋଗ ଆଜି ବିଧାନସଭା ନିର୍ବାଚନର ଅଧିସୂଚନା ଜାରୀ କରିବେ। ଅଧିସୂଚନା ଜାରୀ ହେବା ପରେ ତୁରନ୍ତ ଦିଲ୍ଲୀରେ ଆଦର୍ଶ ଆଚାରଣ ବିଧି ଲାଗୁ ହୋଇଯିବ।

Related Posts

About The Author

Add Comment