ଭୁବନେଶ୍ଵର, ୬/୧/୨୦୨୦ (ସନ୍ଧାନ ନିୟୁଜ) : ଚଳନ୍ତା ବସ୍ରେ ମହିଳାଙ୍କୁ ଅସଦାଚରଣ କରି ଜଣେ ବସ୍ କଣ୍ଡକ୍ଟର ସର୍ବସମ୍ମୁଖରେ ଉଠ୍ବସ୍ ହୋଇଛନ୍ତି। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବସ୍ ଷ୍ଟାଣ୍ଡରେ ଏହି ଘଟଣା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଅନୁଗୁଳରୁ ଆଠମଲ୍ଲିକ ଯାଉଥିବା ଏକ ଘରୋଇ ବସ୍ର କଣ୍ଡକ୍ଟର ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ପରିବାର ସହ ବସ୍ରେ ଆଠମଲ୍ଲିକ ଯାଉଥିବା ବେଳେ ବସ୍ ଭିତରେ କଣ୍ଡକ୍ଟର ତାଙ୍କୁ ଅସଦାଚରଣ କରିଥିଲେ। ବସ୍ଟି ଆଠମଲ୍ଲିକ ବସ୍ଷ୍ଟାଣ୍ଡରେ ପହଞ୍ଚିବା ପରେ କଥା ଭିନ୍ନ ମୋଡ ନେଇଥିଲା। ମହିଳା ଜଣକ ସର୍ବ ସମ୍ମୁଖରେ କଣ୍ଡକ୍ଟରଙ୍କୁ ଉଠ୍ବସ୍ ହେବାକୁ କହିଥିଲେ। କଥା ଆଉ ଆଗକୁ ନବଢାଇ କଣ୍ଡକ୍ଟର ସେଠାରେ ଉଠ୍ବସ୍ ହୋଇଥିଲେ।
ମହିଳାଙ୍କୁ ଅସଦାଚରଣ ପଡିଲା ମହଙ୍ଗା : ବସ୍ କଣ୍ଡକ୍ଟର ହେଲେ ଉଠ୍ବସ୍
|
January 6, 2020 |