ସନ୍ଧାନ ନିଉଜ ଖବର ପ୍ରସାରଣ ପରେ ସୁଧୁରିଲାନି ମିର୍ଜାପୁର ମେଡିକାଲ ସମସ୍ୟା; ଡାକ୍ତର ନିଯୁକ୍ତି ପାଇଁ ପୂର୍ବତନ ବିଧାୟକ ଉଠାଇଲେ ଦାବୀ

Spread the love

ଧର୍ମଶାଳା ୫/୧/୨୦୨୦ (ସନ୍ଧାନ ନିଉଜ) ଧର୍ମଶାଳା ବ୍ଲକ ଅଂରଗତା ମିର୍ଜାପୁର ମେଡିକାଲ୍ରେ ଡାକ୍ତର ଏବଂ ଅନ୍ୟ ଅସୁବିଧାରକୁ ନେଇ ନଭେମ୍ବର ମାସରେ ସନ୍ଧାନ ନିଉଜ ଖବର ପ୍ରସାରଣ କରିଥିଲା ! ଏହାପରେ ଏବେ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ! ଜନସାଧାରଙ୍କର ସ୍ୱାର୍ଥ ପାଇଁ ଏବେ ପୃବତନ ବିଧାୟକ ମଧ୍ୟ ଡାକ୍ତର ତୁରନ୍ତ ନିଯୁକ୍ତ କରିବା ପାଇଁ ଦାବି କରିଛନ୍ତି !

ଧର୍ମଶାଳା ବ୍ଳକର ମିର୍ଜାପୁର ପଞ୍ଚାୟତରେ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଖୋଲିବା ନେଇ ଧର୍ମଶାଳାର ପୂର୍ବତନ ବିଧାୟକ ତଥା ଖଦିବୋର୍ଡ ନିଦେ୍ର୍ଦଶକ ରବି ଲାବଣ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବୀ କରିଛନ୍ତି । ଏଥି ସହିତ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତୁରନ୍ତ ଖାଲି ପଡିଥିବା ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ କରିବା ପାଇଁ ଶ୍ରୀ ଲାବଣ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ମିର୍ଜାପୁର ପଞ୍ଚାୟତରେ ପିଏଚ୍ସି ଖୋଲିବା ନେଇ ପୂର୍ବତନ ବିଧାୟକ ଶ୍ରୀ ଲାବଣ୍ୟ ଗତମାସ ୬ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟ ସଚିବାଳୟରେ ଦାବୀ ପତ୍ର ପ୍ରଦାନ କରିଥିଲେ ।

ମିର୍ଜାପୁରଠାରେ ବିଶ୍ୱ ପ୍ରସିଦ୍ଧ ବୌଦ୍ଧକୀର୍ତ୍ତି ଲାଙ୍ଗୁଡି ପର୍ଯ୍ୟଟନ କେନ୍ଦ୍ର ରହିଥିବା ବେଳେ ଦେଶ ବିଦେଶର ବହୁ ପର୍ଯ୍ୟଟକ ଏଠାକୁ ଆସିବା ସହିତ ଏଠାରେ ରହି ବୌଦ୍ଧ ଧର୍ମ ଉପରେ ଗବେଷଣା କରି ଆସୁଥିବା ନେଇ ଶ୍ରୀ ଲାବଣ୍ୟ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଶ୍ୟାମସୁନ୍ଦର ମନ୍ଦିର ଏହି ପଞ୍ଚାୟତରେ ଥିବା ବେଳେ ଦୈନିକ ଶହ ଶହ ଶ୍ରଦ୍ଧାଳୁ ଏଠାକୁ ପୂଜାର୍ଚ୍ଚନା କରିବାକୁ ଆସୁଛନ୍ତି । ଏହି ପଞ୍ଚାୟତର ସୀମାରେଖାର ଗୋଟିଏ ପଟେ ପର୍ଯ୍ୟଟନ କେନ୍ଦ୍ର ଗଲଗଲି ଶଙ୍ଖ ଏବଂ ଅନ୍ୟପଟେ ପ୍ରସିଦ୍ଧ ସିଦ୍ଧ ବଳଦେବଜୀଉ ମନ୍ଦିର ମିର୍ଜାପୁର ସହ ଯୋଡିହୋଇ ସୁବର୍ଣ୍ଣ ତ୍ରିଭୂଜ ସୃଷ୍ଟି କରୁଥିବା ଶ୍ରୀ ଲାବଣ୍ୟ ଉଲ୍ଲେଖ କରିଛନ୍ତି ।

ମିର୍ଜାପୁର ପଞ୍ଚାୟତରେ ପ୍ରାଥମିକ ଚିକିତ୍ସାକେନ୍ଦ୍ର ନଥିବାରୁ ପର୍ଯ୍ୟଟକମାନଙ୍କ ସହିତ ଆଖପାଖ ୨୦ଗୋଟି ମୌଜାର ଜନସାଧାରଣ ଜରୁରୀକାଳୀନ ଚିକିତ୍ସା ପାଇବାରୁ ବଞ୍ଚିତ ହେବା ସହ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖିନ ହେଉଥିବାରୁ ଏଠାରେ ତୁରନ୍ତ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଖୋଲିବା ପାଇଁ ଶ୍ରୀ ଲାବଣ୍ୟ ଦୃଢ ଦାବୀ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଦାବୀ ପତ୍ର ପାଇବା ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଏନେଇ ଏକ ସୁପାରିଶ ପତ୍ର ପଠାଇଛନ୍ତିି । ଗତ ତା ୨୭/୧୨/୨୦୧୯ରିଖ ପତ୍ରସଂଖ୍ୟା ଭିଆଇପି ୧୮୨/୨୦୧୯/ସିଏମ୍ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ମୁଖ୍ୟମନ୍ତ୍ରୀ ସୁପାରିଶ କରିଥିବା ଜାଣିବାକୁ ମିଳିଛି ।

ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୪ଗୋଟି ବିଶେଷଜ୍ଞ ଡାକ୍ତର ପଦବୀ ଦୀର୍ଘଦିନ ହେବ ଖାଲି ପଡିଥିବାରୁ ଏହାକୁ ତୁରନ୍ତ ପୂରଣ କରିବା ପାଇଁ ଶ୍ରୀ ଲାବଣ୍ୟ ଶନିବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କୁ ସଚିବାଳୟରେ ସାକ୍ଷାତ କରି ପୁନର୍ବାର ଦାବୀ କରିଛନ୍ତି । ଶ୍ରୀ ଲାବଣ୍ୟ ପୂର୍ବରୁ ଏନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଡାକ୍ତର ଅଭାବରୁ ନିଯୁକ୍ତି ଦିଆଯାଇପାରିନଥିବା ନେଇ ମନ୍ତ୍ରୀ ସ୍ୱୀକାର କରିଥିଲେ । ଆସନ୍ତା ମାସକ ମଧ୍ୟରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଭେଷଜ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବା ସହ ପରବର୍ତ୍ତୀ ସମୟରେ ଅନ୍ୟ ବିଶେଷଜ୍ଞ ପଦବୀ ପୂରଣ କରାଯିବ ବୋଲି ମନ୍ତ୍ରୀ ଆଲୋଚନା ସମୟରେ ପୂର୍ବତନ ବିଧାୟକଙ୍କୁ ପ୍ରତିଶୃତି ଦେଇଥିବା ଜାଣିବାକୁ ମିଳିଛି । REPORT- SANDHAN NEWS BUREAU

Related Posts

About The Author

Add Comment