ପାଟନା, ୨୦/୧୨ (ସନ୍ଧାନ ନିଉଜ) : ବିହାରରେ ଜାତୀୟ ନାଗରିକତା ପଞ୍ଜୀକରଣ(ଏନଆରସି) ଲାଗୁ କରାଯିବ ନାହିଁ ବୋଲି ଶୁକ୍ରବାର ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର କହିଛନ୍ତି। ଏମିତି ସମୟରେ ନିତିଶ କୁମାରଙ୍କର ଏଭଳି ବୟାନ ଆସିଛି ଯେତେବେଳ ଦେଶରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ହିଂସା ଲାଗି ରହିଛି। ନିତିଶ ଏକ ଆଲୋଚନା ଚକ୍ରରେ ଯୋଗ ଦେବାକୁ ଯାଇ ସେଠାରୁ ଫେରୁଥିବା ସମୟରେ ସାମ୍ବାଦିକମାନଙ୍କର ପ୍ରଶ୍ନରେ ଏହା ସ୍ପଷ୍ଠ କରିଛନ୍ତି। ପୂର୍ବରୁ ନାଗରିକତା ସଂଶୋଧନ ବିଲ୍(ସିଏବି)କୁ ନିତିଶ କୁମାରଙ୍କ ଜେଡ଼ିୟୁ ସମର୍ଥନ କରୁଥିବା ନେଇ ସ୍ପଷ୍ଟ କରିଥିଲା।
ସେହିଭଳି ଏହା ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଜାତୀୟ ନାଗରିକତା ପଞ୍ଜୀକରଣ(ଏନଆରସି)କୁ ସମର୍ଥନ କରୁନାହାନ୍ତି ବୋଲି କହିଥିଲେ।
ବିହାରରେ ଲାଗୁ ହେବାକୁ ଦେବୁନାହିଁ ଏନଆରସି : ନିତିଶ କୁମାର
|
December 20, 2019 |
