ବନ୍ତ,୯/୧୨ (ସନ୍ଧାନ ନିଉଜ) : ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ପିଲାଙ୍କ ସ୍କୁଲ ବ୍ୟାଗ ଓଜନ ଉପରେ ଅଙ୍କୁଶ ଲଗାଇବାକୁ ଚେଷ୍ଟିତ ହେଉଥିବା ବେଳେ ଏହା ଠିକ ଭାବେ ପାଳିତ ହେଉନଥିବା ଜଣାପଡ଼ିଛି । ଗତ ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏହି ସ୍କୁଲ ବ୍ୟାଗ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏଥିପାଇଁ କମିଟି ଗଠନ କରାଯାଇ ଏହାର ଯାଂଚ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାର ପାଳନ କେବଳ କାଗଜ କଲମରେ ଅଟକି ରହିଯାଇଥିବାର ଜଣାପଡ଼ୁଛି । ସରକାର ସ୍କୁଲ ବ୍ୟାଗ ଓଜନ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ କି କୁପ୍ରଭାବ ପକାଉଛି ତାହା ହୃଦବୋଧ କରିଥିଲେ ସୁଦ୍ଧା ଏହାର ପାଳନ ଉପରେ କଠୋର ପଦକ୍ଷେପ କେବେ ନେବେ ଏହି ଚିନ୍ତାରେ ବର୍ତ୍ତମାନ ଅଭିଭାବକମାନେ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ନୂତନ ଶିକ୍ଷାବର୍ଷରୁ ଏହା ପାଳନ ହେବା କଥା କିନ୍ତୁ ଇତି ମଧ୍ୟରେ ୧୦ ମାସ ବିତିଯାଇଥିଲେ ସୁଦ୍ଧା ବ୍ୟାଗ କଟକଣା ପାଳିତ ନହେବା ଅଭିଭାବକମାନଙ୍କ ଚିନ୍ତାକୁ ଦ୍ୱିଗୁଣିତ କରି ପକାଇଛି । ଏହା ଏକ ପ୍ରହସନ ବୋଲି ବହୁ ଅଭିଭାବକ ଅଭିଯୋଗ କରୁଛନ୍ତି । ଏଠାରେ ପ୍ରକାଶ ଥାଉକି : କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଗୁଡ଼ିକୁ ସ୍କୁଲ ଛାତ୍ରଛାତ୍ରୀଙ୍କ ବ୍ୟାଗ ପରିବହନ ଉପରେ କଟକଣାର ନିର୍ଦ୍ଦେଶ ଦିଆଯାଇଥିବାର ଇତି ମଧ୍ୟରେ ମାସାଧିକ କାଳ ବିତିଯିବା ସହ ପୁରାତନ ଶିକ୍ଷାବର୍ଷ ଯାଇ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଥିଲେ ସୁଦ୍ଧା ଏହାକୁ କଡାକଡି ଭାବେ ପାଳନ କରା ନଯିବା ସରକାରଙ୍କ ଅପାରଗତକୁ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ସରକାର ତାଙ୍କ ନିର୍ଦ୍ଦେଶ ନାମାରେ ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ଓଜନର ବ୍ୟାଗ ଯେମିତି ପରିବହନ ନକରନ୍ତି ସେଥିପ୍ରତି ଗୁରୁତ୍ୱ ଆରୋପ କରିଥିଲେ ସୁଦ୍ଧା ଏହା ଆଜି ପର୍ଯ୍ୟନ୍ତ ପାଳିତ ହୋଇପାରିନାହିଁ । ଗତ ୨୦୧୯ ମାର୍ଚ୍ଚ ୮ ତାରିଖ ଗାଇଡ଼ଲାଇନ ଅନୁସାରେ ପିଲାଙ୍କ ସ୍କୁଲବ୍ୟାଗ ପରିବହନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ସ୍କୁଲକୁ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ସଂପର୍କରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ହାଇକୋର୍ଟରେ ମଧ୍ୟ ସତ୍ୟପାଠ ଦାଖଲ କରିଛନ୍ତି । ପୁଣି ଗତ ଅଗଷ୍ଟ ମାସରେ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ଏହି ସ୍କୁଲ ବ୍ୟାଗ ପରିବହନ ନିୟମକୁ ପାଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ୨୦୧୮ ଅକ୍ଟୋବର ୨୦ ତାରିଖରେ ଜାରି ହୋଇଥିବା ଗାଇଡ଼ ଲାଇନ ଅନୁଯାୟୀ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବ୍ୟାଗର ଓଜନ ୧.୫ କେ.ଜି ରଖାଯାଇଥିବା ବେଳେ ତୃତୀୟରୁ ୫ମ ଶ୍ରେଣୀର ପିଲ୍ରାଙ୍କ ପାଇଁ ୨ ରୁ ୩ କେ.ଜି. ୬ଷ୍ଠ ଓ ୭ମ ଶ୍ରେଣୀର ପିଲାଙ୍କ ପାଇଁ ୪ କେ.ଜି, ୮ମ ଓ ୯ମ ଶ୍ରେଣୀର ପିଲାଙ୍କ ପାଇଁ ୪.୫ କେ.ଜି ଓ ୧୦ମ ଶ୍ରେଣୀ ପିଲାଙ୍କ ପାଇଁ ୫ କେ.ଜି ଓଜନର ବ୍ୟାଗ ବ୍ୟବହୃତ କରିପାରିବେ । ଏହା ଠାରୁ ଅଧିକ ଓଜନର ବ୍ୟାଗ ନେବା ପାଇଁ କଟକଣା ଜାରି କରାଯାଇଛି । ତତ୍ ସହିତ କୈାଣସି ବି ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀ ୧ମ ଓ ୨ୟ ଶ୍ରେଣୀର ପିଲାଙ୍କୁ ହୋମୱାର୍କ କରିବାକୁ ନଦେବାକୁ ଏହି ଗାଇଡ଼ଲାଇନରେ ସ୍ପଷ୍ଟ ସୂଚନା ଦିଆଯାଇଛି । ଏନସିଇଆରଟି ନିୟମ ଅନୁଯାୟୀ ୧ମ ଓ ୨ୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଭାଷା ଓ ଗଣିତ ବ୍ୟତିତ ଆଉ କୈାଣସି ବିଷୟରେ ଶିକ୍ଷା ଦେବେ ନାହିଁ । ୩ୟ ରୁ ୫ମ ଶ୍ରେଣୀର ପିଲାମାନଙ୍କ ପାଇଁ ଭାଷା, ଇଭିଏସ ଓ ଗଣିତ ଶିକ୍ଷା ଦେବା ସହ ଅତିରିକ୍ତ ବହି ଓ ସାମଗ୍ରୀ ଆଣି ବିଦ୍ୟାଳୟକୁ ଆସିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ କହିପାରିବେ ନାହିଁ । ଯଦି କୈାଣସି ବିଦ୍ୟାଳୟ ଉପରୋକ୍ତ ନିୟମ ଉଲଂଘନ କରୁଥିବେ ତେବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସୂଚନା ଦିଆଯାଇଛି କିନ୍ତୁ ଏହାକୁ ଆଜି ପର୍ଯ୍ୟନ୍ତ କେହିପାଳନ କରିନାହାନ୍ତି । ଏଠାରେ ପ୍ରକାଶ ଥାଉକି ଛୋଟଛୋଟ ପିଲାମାନଙ୍କ ପାଠପଢା କଥା ଯାହା ହେଉନା କାହିଁକି,ପ୍ରତିଦିନ ପାଠ୍ୟପୁସ୍ତକ ଭର୍ତ୍ତି ବ୍ୟାଗ କୁ ନେଇ ସ୍କୁଲ କୁ ଯିବା ଆସିବା କରିବା ବଡ଼ ସମସ୍ୟା ସୃଷ୍ଟି କରୁଛି ବୋଲି ଅଭିଭାବକମାନେ ନିଜର ଅସନ୍ତୋଷଭାବ ପ୍ରକାଶ କରିଆସୁଛନ୍ତିି । ପୂର୍ବରୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଙ୍କ ପକ୍ଷରୁ ଜଣେ ପିଲା ର ଓଜନ ଠାରୁ ସ୍କୁଲ ବ୍ୟାଗ ଓଜନ ୧୦ ପ୍ରତିଶତ ଅଧିକ ହେବ ନାହିଁ ବୋଲି ଗାଇଡ଼ଲାଇନ୍ ପ୍ରକାଶ ପାଇଥିଲେ ସୁଦ୍ଧା ଏହି ଗାଇଡ଼ଲାଇନ ଆଜି ପର୍ଯ୍ୟନ୍ତ ବନ୍ତ ବ୍ଲକ ଓ ତା ଆଖପାଖ ଅଂଚଳରେ ଥିବା ସ୍କୁଲ ଗୁଡ଼ିକରେ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ । ଛୋଟଛୋଟ ପିଲାମାନେ ପାଠ୍ୟପୁସ୍ତକ ଭର୍ତ୍ତି ଓଜନଦାର ବ୍ୟାଗ୍ ଧରି ସ୍କୁଲକୁ ନିୟମିତ ଯାଉଥିବାର ଦେଖିବାକୁ ମିଳୁଛି । ଏଠାରେ ବେସରକାରୀ ତଥା ସରକାରୀ ସ୍କୁଲ ବ୍ୟତୀତ ସ୍ଥାନୀୟ ଅଞ୍ଚଳରୁ ବହୁ ପିଲା ବରପଦା,ଭଦ୍ରକ ଆଦି ସ୍ଥାନରେ ଥିବା ସ୍କୁଲକୁ ପଢିବା ପାଇଁ ଯାଉଛନ୍ତି । ଏଥିରେ ପଢାଖର୍ଚ୍ଚ ଅଧିକ ହେବା ଅଭିଭାବକ ମାନଙ୍କୁ ଯେତିକି ବାଧୁ ନାହିଁ,ପିଲାଙ୍କ ଓଜନଦାର ବହି ଭର୍ତ୍ତି ବ୍ୟାଗ ନେଇଯିବା ଅଧିକ କଷ୍ଟ ଦେଉଛି ବୋଲି ବହୁ ଅଭିଭାବକ ମତବ୍ୟକ୍ତ କରୁଛନ୍ତି । ସେତେବେଳେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଙ୍କ ପକ୍ଷର ୁ ଜାରି ହୋଇଥିବା ଗାଇଡ଼ଲାଇନ ହସ୍ତଗତ ହୋଇନଥିବା ଆଳରେ ବହୁ ସ୍କୁଲ ଏହାକୁ ଏଡ଼ାଇ ·ଲିଥିଲେ ଓ ଆଜି ପର୍ଯ୍ୟନ୍ତ ·ଲି ଆସୁଛନ୍ତି ମଧ୍ୟ । ତତ୍ ସହିତ ସରକାରଙ୍କ ଦ୍ୱାରା ପ୍ରକାଶ ଗାଇଡ଼ଲାଇନ ଆଜି ସୁଦ୍ଧା କାର୍ଯ୍ୟକାରୀ ହୋଇପାରୁନଥିବାରୁ ଏଥି ପାଇଁ ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଛନ୍ତି । ତେଣୁ ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅଭିଭାବକ ତଥା ବୁଦ୍ଧିଜୀବୀ ମାନଙ୍କ ପକ୍ଷରୁ ଦାବି ହେଉଛି ।
ସରକାରୀ ନିର୍ଦ୍ଦେଶକୁ ଫୁ… ବର୍ଷେ ପୁରିବ,ତଥାପି କାର୍ଯ୍ୟକାରୀ ହେଉନି!!! କାଗଜ କଲମରେ ଅଟକିଛି ପିଲାଙ୍କ ସ୍କୁଲ ବ୍ୟାଗ କଟକଣା
|
December 9, 2019 |
