ଧର୍ମଶାଳା, .୨୨.୦୬, (ସନ୍ଧାନ ନୁ୍ୟଜ)- ପୁରପଲ୍ଲୀର ସଂଗୀତ ସାଧନା କରୁଥିବା ବଣମଲ୍ଲୀଟିଏ ଯାହାଙ୍କର ନାମ ଶରତ ଚନ୍ଦ୍ର ଦାଶ, ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ନେଉଳପୁର ବାଲଗୋପାଲ ମଠର ପୂଜକ ଭାବେ ବର୍ତ୍ତମାନ କାର୍ଯ୍ୟରତ । ଭଜନ, ଜଣାଣ, ଓଡିଶୀ ଓ ଶାସ୍ତ୍ରୀୟ ସଂଗୀତ ଉପରେ ଆଧାରିତ ଗୀତ ପରିବେଷଣ କରି ସମସ୍ତଙ୍କର ପ୍ରଶଂସାର ପାତ୍ର ପାଲଟି ଯାଇଛନ୍ତି । ଏଥିପାଇଁ ବିଭିନ୍ନ ଅନୁଷ୍ଠାନ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଆସନ୍ତୁ ଜାଣିବା ଦୀର୍ଘ ୧୧ ବର୍ଷଧରି ମଧୁମେୟ, କଟିଶୁଳ ବାତ ଓ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇ ଅତି ଦୟନୀୟ ଅବସ୍ଥାରେ ସମୟ ବିତାଉଥିବା ଜଣେ ହୃଦୟବାନ କଣ୍ଠଶିଳ୍ପୀଙ୍କ ସମ୍ପର୍କରେ । ଯାଜପୁର ଜିଲ୍ଲା ଅର୍ନ୍ତଗତ ଅତଲାପୁର ପଞ୍ଚାୟତରେ ରହିଥିବା ବାଲିପାଟଣା ଗ୍ରାମରେ ଶରତ ଦାଶଙ୍କର ଜନ୍ମ । ଗ୍ରାମାଞ୍ଚଳରେ ସଙ୍ଗୀତ କ୍ଷେତ୍ରରେ ଛାତ୍ରାଭୀଭାବକ ମାନେ ପଇସା ଦେଲେ ଶିକ୍ଷକ ମାନେ ସେହି ସ୍ୱଳ୍ପ ପଇସାରେ ପରିବାର ପ୍ରତିପୋଷଣ କରିଥାଆନ୍ତି । ଏହା ତାଙ୍କ ମଧ୍ୟ ଏକ ଆହ୍ୱାନ ଥିଲା । ସେତେବେଳେ ଦିନକୁ ୩୦ କି.ମି ସାକେଲରେ ଯାତ୍ରା କରି ପିଲାମାନଙ୍କୁ ସଙ୍ଗୀତ ଶିକ୍ଷା ଦେଉଥିଲେ ।
ପ୍ର:- କେବେଠାରୁ ସଙ୍ଗୀତ ଆରମ୍ଭ କଲେ?
ଉ: ୧୯୭୧ ମସିହାରେ ଆମ ଗ୍ରାମରେ ଦୁଇଟି ନାଟକ ସଂଧ୍ୟାତାରା ଓ ବି•ର ମଞ୍ଚସ୍ତ କରାଯାଇଥିଲା । ସେତେବେଳେ ମୋର ବୟସ ମାତ୍ର ୧୧ ବର୍ଷ । ମୋର ପ୍ରଥମ ନାଟ୍ୟକରୁ ଶ୍ରୀଯୁକ୍ତ ବାଦଲ ସିକ୍ଦାରଙ୍କ ନିଦେ୍ର୍ଦଶ କ୍ରମେ ପ୍ରଚ୍ଛଦ ପଟ୍ଟ (ନାୟିକା) ଗୀତ ପରିବେଷଣ କରିଥିଲେ ।
ପ୍ର:- ଶାସ୍ତ୍ରୀ ସଂଙ୍ଗୀତ କେବେ ଶିକ୍ଷା ଲାଭ କଲେ?
ଉ:- ୧୯୮୫ ମସିହାରେ କୁଆଖିଆରେ ଏକ ସଙ୍ଗୀତ ଅନୁଷ୍ଠାନ କଳିଙ୍ଗ ଭାରତୀ ସଙ୍ଗୀତ କଳା ନିକେତନ ଖୋଲା ଯାଇଥିଲା । ଏହି ଅନୁଷ୍ଠାନର ପ୍ରାଣକର୍ତ୍ତା ଥିଲେ ଶ୍ରୀଯୁକ୍ତ ହାଡିବନ୍ଧୁ ରଣା ମହୋଦୟ ସେ ମୋର ଶାସ୍ତ୍ରୀୟ ସଙ୍ଗୀତର ଗୁରୁ ଥିଲେ । ପୂଜ୍ୟସ୍ପଦ ଶ୍ରୀଯୁକ୍ତ ବିଭୁପ୍ରସାଦ ମିଶ୍ର ଓ ଶ୍ରୀଯୁକ୍ତ ଅମରେଶ ଦାଶ ଏହି ପ୍ରତିଭାବାନ ବ୍ୟକ୍ତିଙ୍କଠାରୁ ସଙ୍ଗୀତ ଶିକ୍ଷାଲାଭ କରି ମୁଁ ଏତେବାଟ ଆସିପାରିଛି ।
ପ୍ର: ସଙ୍ଗୀତ ଆପଣଙ୍କର ନିଶା ନା ପେଶା?
ଉ:- ସଙ୍ଗୀତ ମୋ ପାଇଁ ନିଶା ଓ ପେଶା ମଧ୍ୟ । ମୋ ବିବାହ ପରେ ପିତା ଓ ମାତା ଆରପାରିକୁ •ଲିଗଲେ । ତେଣୁ ଘର ଚଳାଇବାପାଇଁ ସଙ୍ଗୀତ ଶିକ୍ଷା ଲାଭ କରିବା ସଙ୍ଗେ ସଙ୍ଗେ ଗୁରୁଙ୍କ ନିଦେ୍ର୍ଦଶରେ ଶିକ୍ଷା ଦାନ କରିବାକୁ ବାଧ୍ୟ ହେଲି ।
ପ୍ର:- ବର୍ତ୍ତମାନ ସମୟରେ ଆପଣ କ’ଣ ଅନୁଭବ କରୁଛନ୍ତି?
ଉ:- ଯାଜପୁର ଜିଲ୍ଳାର କିଛି ଅଞ୍ଚଳରେ ମୁଁ ଜଣେ ଭଲ ସଙ୍ଗୀତ ଶିକ୍ଷକ ଭାବରେ ପରିଗଣିତ ହୋଇଗଲି କିନ୍ତୁ ଦୁଃଖର ବିଷୟ ମୁଁ ମୋର ଗୁରୁଙ୍କର ଭଲ ଛାତ୍ରଟିଏ ହୋଇ ପାରିଲି ନାହିଁ । ଏହାର କାରଣ ଦାରିଦ୍ର୍ୟ ଓ ରୋଗ ।
ପ୍ର:- ସରକାରଙ୍କ କଳାକାର ଭତ୍ତା ବିଷୟରେ ଆପଣଙ୍କ ମତ କ’ଣ?
ଉ:- ସମସ୍ତଙ୍କର ସ୍ୱାଭିମାନ ଅଛି । କିନ୍ତୁ କଳାକାର ମାନଙ୍କର ସ୍ୱାଭିମାନ ସ୍ୱତନ୍ତ୍ର । ହୋ ହାଲ୍ଲା କରି ସରକାରଙ୍କ ପାଖରେ ଦାବି ଉପସ୍ଥାପନା କରିବା ସେମାନଙ୍କର ପ୍ରକୃତି ନୁହେଁ । ଯେଉଁଠି ହୋ ହାଲ୍ଲା ହୋଇଥାଏ ସେହିଠାରେ ସେମାନେ ନିବୃତ୍ତ ରୁହନ୍ତି । ଏହା ବାସ୍ତବ ଓ ସତ୍ୟ । ତେଣୁ ସରକାର ଯଦି କଳାକାର ମାନଙ୍କ ବିଷୟରେ ବି•ର କରନ୍ତି ତାହାହେଲେ ଓଡିଶାର ପୁରପଲ୍ଲୀରେ ରହୁଥିବା ଦରିଦ୍ର୍ୟ କଳାକାର ମାନଙ୍କର ନିଶ୍ଚିତ ମଙ୍ଗଳ ହେବ ।
ପ୍ର:- ସଙ୍ଗୀତ ବିଷୟରେ ଆପଣ ଅନ୍ୟମାନଙ୍କୁ କ’ଣ କହିବେ?
ଉ:- ସଙ୍ଗୀତ ମହାପ୍ରସାଦ ଭଳି । ସଙ୍ଗୀତ ମହାପ୍ରସାଦକୁ ପାଇବାକୁ ହେଲେ ଗୁରୁ ଗୁରୁଜନଙ୍କ ଆର୍ଶିବାଦ ମା’ ବିଦ୍ୟା ଦାୟିନୀ ସରସ୍ୱତୀଙ୍କ କୃପା ଭିକ୍ଷା, ସଙ୍ଗୀତ ପ୍ରତି ନିଷ୍ଠା ଓ ସାଧନା ନିହାତି ଆବଶ୍ୟକ ।
Report- Ajay