ଭଦ୍ରକରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ : ସ୍ବାସ୍ଥମନ୍ତ୍ରୀ

Spread the love

ଭଦ୍ରକ , ୨୯/୧୧ (ସନ୍ଧାନ ନିଉଜ) : ଜିଲ୍ଲାବାସୀଙ୍କ ପାଇଁ ଆଜି ବଡ଼ ଖୁସିର ଦିନ |ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଜିଲ୍ଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ନେଇ ଆଜି ସବୁଜ ସଙ୍କେତ ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ | ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆ ଯାଇଛି | ଗତକାଲି ସ୍ବାସ୍ଥମନ୍ତ୍ରୀ ନବ ଦାସଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଜିଲ୍ଲାର ସମସ୍ତ ବିଧାୟକମାନେ ଦାବି ନେଇଁ ଆଲୋଚନା କରିଥିଲେ | ସୂଚନା ଅନୁସାରେ ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ୨୫ ଏକର ସ୍ଥାନ ଚିହ୍ନଟ ସରିଥିବା ବେଳେ ନିର୍ମାଣ କାର୍ଯ୍ୟ ଆସନ୍ତା ୨୦୨୦ ମସିହା ଫେବୃୟାରୀ ମାସରୁ ଆରମ୍ଭ ହେବ | ମେଡିକାଲ କଲେଜ ପ୍ରତିଷ୍ଠା ହେବା ଦ୍ବାରା ଜିଲ୍ଲା ଓ ପୋଡ଼ିଶୀ ଜଲ୍ଲାର ରୋଗୀ ଉତ୍ତମ ସ୍ବାସ୍ଥ ସେବା ପାଇ ପାରିବେ |

Related Posts

About The Author

Add Comment