ଧର୍ମଶାଳା, ୧୯/୧୧ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) : ଧର୍ମଶାଳା ବ୍ଲକ ସମ୍ପାରୁ ପଂଚାୟତ ଅଧିନ ରମ୍ପେଇ ସ୍ୱପ୍ନେଶ୍ୱର ମହାଦେବ ମନ୍ଦୀର ପ୍ରାଙ୍ଗଣରେ ଥିବା ପୁଷ୍କରିଣୀରେ ବୋଇତ ବନ୍ଦାଣ ଉସôବ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ବରିଷ୍ଟ ସାମ୍ବାଦିକ ବିଶ୍ୱନାଥ ସାମଲ ଯୋଗଦେଇ ବୋଇତ ବନ୍ଦାଣ ଉସôବର ପରମ୍ପରା ଉପରେ ଆଲୋକପାତ କରିଥିଲେ । ଐତିହ ପରମ୍ପରାର ଏହି ପର୍ବ ପାଳନ ଅବସରରେ ସାଧବ ପୁଅମାନେ ପୂର୍ବ କାଳରେ ନୌବାଣିଜ୍ୟ କରିବାକୁ ଜାଭା ସୁମିତ୍ରା ବାଲି ଆଦି ଅନେକ ଦ୍ୱୀପକୁ ଯାଇ ଆମ ଦେଶକୁ ଧନଶାଳୀ କରିବା ସହ ଉତ୍ତମ ସମ୍ପର୍କ ରକ୍ଷା କରିଥିଲେ । କାର୍ତ୍ତୀକରେ ସେମାନେ ବୋଇତ ମାଧ୍ୟମରେ ବିଦେଶ ଯାତ୍ରା କରୁଥିବାରୁ ସ୍ମୃତିରକ୍ଷା ନିମିତ ଏହି ଉସôବ ପାଳନ କରାଯାଉଥିବା ଅତିଥିମାନେ ନଜ ବକ୍ତବ୍ୟରେ କହିଥିଲେ । ବୋଇତ ବନ୍ଦାଣ କମିଟିର ସଦସ୍ୟ କାଳନ୍ଦୀ ସାହୁ, ରତ୍ନାକର ନାୟକ, ରମାକାନ୍ତ ଜେନା ପ୍ରମୂଖ ଯୋଗଦେଇ ଥିଲେ । ଆରମ୍ଭରେ ବୋଇତ ପୂଜାର୍ଚ୍ଚନା କରାଯିବା ସହିତ ଶ୍ରେଷ୍ଠ ସାଧବପୁଅ ଓ ସାଧବଝିଅ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅତିଥିମାନେ କୃତି ପ୍ରତିଯୋଗୀ ମାନଙ୍କୁ ପୁରଷ୍କାର ଅର୍ପଣ କରିଥିଲେ । ଆଖ ପାଖ ସାତଟି ଗାଁର ଲୋକମାନେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଶେଷରେ ପ୍ରସନ୍ନ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ ।
ବୋଇତ ବନ୍ଦାଣ ଉସôବ ପାଳିତ
|
November 19, 2019 |
![](https://sandhannews.com/wp-content/uploads/2019/11/boitabandhan.jpg)