ଚାନ୍ଦବାଲି ବିଜୁ ସ୍ମୃତି ଭବନରେ ଶ୍ରମିକ ଓ କୃଷକ ସମାବେଶ ପାଳିତ

Spread the love

ଭଦ୍ରକ, ୧୮ /୧୧ (ସନ୍ଧାନ ନିଉଜ) : ଶୋଷଣମୁକ୍ତ ଭାରତ ଗଠନ ଦିଗରେ କମ୍ୟୁନିଷ୍ଟ ମାନଙ୍କ ପକ୍ଷରୁ ଶତବାର୍ଷିକ ପାଳନ ଅବସରରେ ଏହି ଜିଲାର ଚାନ୍ଦବାଲି ବିଜୁ ସ୍ମୃତି ଭବନରେ ଶ୍ରମିକ ଓ କୃଷକ ସମାବେଶ ପାଳିତ ହୋଇଯାଇଛି । କମ୍ୟୁନିଷ୍ଟ ଦଳ ପକ୍ଷରୁ ଚାନ୍ଦବାଲି ସହରରେ ଶ୍ରମିକ ଓ କୃଷକମାନଙ୍କୁ ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ବିଜୁ ସ୍ମୃତି ଭବନର ସାଧାରଣ ସଭା ସ୍ଥଳରେ ପହଞ୍ôଚଥିଲା । ଏହାପରେ ଅନୁଷ୍ଠିତ ସଭାରେ କମ୍ୟୁନିଷ୍ଟ ନେତାମାନେ ଶ୍ରମିକ ମାରଣ ନୀତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରି କଟୁ ସମାଲୋଚନା କରିଥିଲେ । ବିଶିଷ୍ଟ ଅଧିବକ୍ତା ଓ ଶ୍ରମିକ ନେତା ଗିରିଧାରୀ ନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ରବି ପଟ୍ଟନାୟକ ମୁଖ୍ୟ ଅତିଥି ଓ ଚନ୍ଦ୍ରଶେଖର ନାୟକ, ଦିବ୍ୟସିଂହ ନାୟକ, ମଳୟ କୁମାର ଭୋଇ, ବିକାଶ ନାଥ, ଉପେନ୍ଦ୍ର ରାଉଳ, ପ୍ରଫୁଲ୍ଲ ପାଢୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଧାନର ସହାୟକ ମୂଲ୍ୟ ୩ ହଜାର ଟଙ୍କା, ବୁଲ୍‌ବୁଲ୍ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସହାୟତା, ଆଶା, ଅଙ୍ଗନୱାଡି ଓ ପାଚିକା ସହାୟିକାମାନଙ୍କ ଦରମା ୨୦ ହଜାର ଟଙ୍କାକୁ ବୃଦ୍ଦି, ସାମାଜିକ ନିରାପତ୍ତା ସହ ସ୍ଥାୟୀ ନିଯୁକ୍ତି ଏବଂ ନିର୍ମାଣ ଶ୍ରମିକମାନଙ୍କୁ ପଂଜିକୃତ କରି ସରକାରୀ ସହାୟତା ପାଇଁ ଦାବି କରିଥିଲେ । ଏବଂ ଜାନୁୟାରୀ ୮ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ କର୍ମକର୍ତ୍ତାମାନେ ଉପସ୍ଥିତ ଶ୍ରମିକ, କୃଷକ ଓ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଏହି କୃଷକ ସମାବେଶରେ ୧୦ ଜଣ ସମାଜସେବୀଙ୍କୁ ସମ୍ମାନିତ କରାଯାଇଥିଲା

Related Posts

About The Author

Add Comment