ପ୍ରସିଦ୍ଧ ଭଦ୍ରକ କାଳୀପୂଜା ମନ ମୋହୁଛି ବାରୁଆଳୀ

Spread the love

ଭଦ୍ରକ,୩୦/୧୦ (ସନ୍ଧାନ ନିୟୁଜ) ଗତକାଲି ସଂଧ୍ୟାରେ ପୂଜାମଣ୍ଡପ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିବାବେଳେ, ଆଜି ତୃତୀୟ ଦିବସରେ ପୂର୍ବାହ୍ନରୁ ସମସ୍ତ ପୂଜା ମଣ୍ଡପ ନିକଟରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି । ଜିଲ୍ଲାର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି ଚରମ୍ପାକୁ । ବିଶେଷକରି ବିଭିନ୍ନ ମେଢ଼ ନିକଟରେ ନିର୍ମିତ କଳାକୁଞ୍ଜ ବାରୁଆଳୀ ପାଖରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି । ଏହା ବ୍ୟତୀତ ବିଭିନ୍ନ ନିତ୍ୟ ବ୍ରବହାର୍ଯ୍ୟ ପଦାର୍ଥକୁ ନେଇ ଖୋଲିଥିବା ଅସ୍ଥାୟୀ ଷ୍ଟଲରେ ମଧ୍ୟ ଭିଡ଼ ଲାଗି ରହିଛି । ତେବେ ୧୯୩୪ ମସିହାରେ ରେଳ ବିଭାଗର କର୍ମଚାରୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ପିଡ଼ବ୍ଲ୍ୟୁଆଇ(ପରମାନେଣ୍ଟ ୱେ ଇନ୍ସପେକ୍ଟର) ମେଢ଼ । ନିଜସ୍ୱ କାର୍ଯ୍ୟାଳୟର ଉତ୍ତର ଦିଗରେ ଏକ ଚିତ୍ତାକର୍ଷକ ପରିବେଶରେ ମା’ ପୂଜା ପାଉଛନ୍ତି । ଆକର୍ଷଣୀୟ ସୁଉଚ୍ଚ ତୋରଣ ସାଙ୍ଗକୁ ମା’ଙ୍କ ମୂର୍ତ୍ତୀ ଶ୍ରଦ୍ଧାଳୁଙଙ୍କୁ ଆକର୍ଷିତ କରିଛି । ଏହା ସାଙ୍ଗକୁ ପାଶ୍ୱର୍ ମେଢ଼ରେ ବହୁ ପୌରାଣିକ କଥାବସ୍ତୁର ବାସ୍ତବ ଚିତ୍ର ନିର୍ମିତ ହୋଇଥିବାବେଳେ, ସେମସ୍ତ ସ୍ଥାନରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି । ସେହିପରି ଗତ ୯ବର୍ଷ ହେଲାଡ଼ଗରାସାହି ଠାରେ ମା’ଙ୍କ ପୂଜାର୍ଚ୍ଚାନା ଚାଲିଛି । କମିଟିର ସଦସ୍ୟମାନେ ଚଳିତ ବର୍ଷ ପୂଜାକୁ ଆକର୍ଷଣୀୟ କରିବା ପାଇଁ ବହୁ ଉଦ୍ୟମ କରିଛନ୍ତି । ବିଶେଷକରି ପାଶ୍ୱର୍ମେଢ଼ ବାରୁଆଳୀ ଶ୍ରଦ୍ଧାଳୁମାନଙ୍କୁ ବେଶ ଆକର୍ଷିତ କରିଛି ।

୧୫୦ତମ ଜୟନ୍ତୀରେ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ- ଏବେ ଦେଶରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳିତ ହେଉଛି । ହିଂସା ମଦ ଓ ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ପାଇଁ ପିବ୍ଲୁଆଇ କାଳୀ ପୂଜା କମିଟି ପକ୍ଷରୁ ସଚେତନତାର ବାର୍ତ୍ତା ପ୍ରଚାର କରାଯାଇଛି । ମେଦିନାପୁରର ଶିଳ୍ପୀ ନିମାଇଁ ଧାରା ଏହି ବାର୍ତ୍ତାକୁ ନିଖୁଣ ଭାବେ ନିଜ ତୁଳୀରେ ଧରି ରଖିଛନ୍ତି ।

ଶୁଭୁଛି ରାନୁ ମଣ୍ଡଳଙ୍କ କଣ୍ଠ ସ୍ୱର- ଚଳିତ ବର୍ଷର ଚର୍ଚ୍ଚିତ ମହିଳା ରାନୁ ମଣ୍ଡଳ । ଷ୍ଟେସନ ପ୍ଲାଟଫର୍ମରେ ଗୀତ ବୋଲୁ ବୋଲୁ ରାତାରାତି ଷ୍ଟାର ପାଲଟିଗଲେ । ଏପରି ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କୁ ମା’ଙ୍କ ପଜାର ପାଶ୍ୱର୍ ମେଢ଼ରେ ସ୍ଥାନୀତ କରିବାକୁ ବହୁ ପୂଜା କମିଟିର କର୍ମକର୍ତ୍ତା । ଡ଼ଗରା ସାହି ଓ ପଥର କାଳୀ ମେଢ଼ ନିକଟରେ ରାନୁ ମଣ୍ଡଳଙ୍କ କଣ୍ଠସ୍ୱର ଶୁଣିବାକୁ ମିଳିଛି ।

ସଡ଼କ ସୁରକ୍ଷାକୁ ନେଇ ବାର୍ତ୍ତା- ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ଶହଶହ ଲୋକଙ୍କ ଜୀବନ ଦ୍ୱୀପ ଲିଭିଯାଉଛି । ନିଜେ ସୁରକ୍ଷିତ ଭାବେ ରହିବା ସହ ସଡ଼କ ସୁରକ୍ଷା ସମ୍ପର୍କୀତ ସରକାରୀ ନିୟମକୁ ପାଳନ କରିବାକୁ ବାର୍ତ୍ତା ଦେଇଛି ଡ଼ଗରାସାହି ପୂଜା କମିଟି । ନିଜେ ସୁରକ୍ଷିତ ରହିବା ସହ ଏକ ଦୁର୍ଘଟଣାମୁକ୍ତ ସମଜ ଗଠନ ପାଇଁ କମିଟିର କର୍ମକର୍ତ୍ତା ବାରୁଆଳୀ ଜରିଆରେ ସନ୍ଦେଶ ଦେଇଛନ୍ତି ।

Related Posts

About The Author

Add Comment