ଭଦ୍ରକ, ୨୪/୧୦ (ସନ୍ଧାନ ନିୟୁଜ) : ଯାତ୍ରା ଆଇଟମ ଗାର୍ଲ ରାଣୀ ପଣ୍ଡା ଙ୍କ ଅଶ୍ଳୀଳ ନୃତ୍ୟ କୁ ବିରୋଧ କରିଛନ୍ତି ଭଦ୍ରକ ସହରର ମହିଳା ସଙ୍ଘ. ଯାହାକି ଏହାକୁ ନେଇ ଆଜି ଭଦ୍ରକ ପୌରାଞ୍ଚଳରେ ଥିବା ବିଭିନ୍ନ ମହିଳା ସଂଘ ପକ୍ଷରୁ ଜିଲ୍ଲାପାଳ ଜ୍ଞାନ ଦାସଙ୍କୁ ରାଣୀ ପଣ୍ଡାଙ୍କ ନଗ୍ନ ନୃତ୍ୟକୁ ବିରୋଧ କରି ଏକ ଦାବୀପତ୍ର ପ୍ରଦାନ କରାଯାଇଛି l ସୂଚନା ଅନୁସାରେ, ଆଉ କିଛି ଦିନପରେ ଭଦ୍ରକ ରେ ଐତିହାସିକ କାଳୀପୂଜା ଆରମ୍ଭ ହେବ. ଆଇଟମ ଗାର୍ଲ ରାଣୀପଣ୍ଡା ଅଭିନୀତ ଯାତ୍ରା ସଚ୍ଚିଦାନନ୍ଦ କାଳୀପୂଜା ରେ ପଡିବ. ଐତିହାସିକ କାଳୀପୂଜାରେ ଯାତ୍ରା କଳାକାର ରାଣୀ ପଣ୍ଡାଙ୍କୁ ମଞ୍ଚରେ ନଗ୍ନନୃତ୍ୟ ପରିବେଷଣ କରିବାକୁ ଅନୁମତି ଦିଆ ନ ଯିବାକୁ ଅନୁରୋଧ କରିଛନ୍ତି ମହିଳା ସଂଘ l ନହେଲେ ଐତିହାସିକ କାଳୀପୂଜାରେ କଳଙ୍କ ଲାଗିବ, ଯାହାକି ନାରୀ ସମାଜ ପାଇଁ ଏକ ଲଜ୍ଜାଜନକ ଘଟଣା ହେବ l ଯଦି ରାଣୀ ପଣ୍ଡାଙ୍କୁ ନଗ୍ନନୃତ୍ୟ କରିବାର ସୁଯୋଗ ଦିଆଯାଏ, ତାହେଲେ ନାରୀ ସୁରକ୍ଷା ମଞ୍ଚ, ଅର୍ଦ୍ଧନାରୀ କିନ୍ନର ସଂଘ ଓ ମାତୃଶକ୍ତି ସ୍ୱୟଂ ସହାୟକ ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି
ରାଣୀ ପଣ୍ଡାଙ୍କ ନଗ୍ନନୃତ୍ୟକୁ ବିରୋଧ କଲେ ଭଦ୍ରକ ମହିଳା ସଂଘ
|
October 24, 2019 |