ଧର୍ମଶାଳା ୨୨/୧୦ (ସନ୍ଧାନ ନିଉଜ) : ସମଗ୍ର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ପିଆଜ ଓ ରସୁଣର ଦର ଆକାଶ ଛୁଆଁ ହୋଇ ଚାଲିଛି । ଦରଦାମ ନିୟନ୍ତ୍ରଣରେ ପ୍ରଶାସନର ଅଙ୍କୁଶ ନଥିବା ଯୋଗୁଁ ଖାଉଟିଙ୍କ ମହଲରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବା ସହ ଗରିବଙ୍କ ମୁଣ୍ଡରେ ଚଡକ ପଡିଛି । ଗତ ଏକ ମାସରୁ ଉଦ୍ଧ୍ୱର୍ଦିନ ହେଲା କ୍ରମାଗତ ଭାବେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ, ଜାରକା, କାଏମା, କୋତପୁର, ବାରବାଟୀ, କୁଆଖିଆ, ସିଙ୍ଗାପୁର, ବ୍ରହ୍ମବରଦା ହାଟ, ଧର୍ମଶାଳା ହାଟ, ନାକପୋଲ ହାଟ, ଆରୁହା ହାଟ ଓ ବଜାର ମାନଙ୍କରେ ପିଆଜକିଲୋଗ୍ରାମ୍ ପ୍ରତି ୬୦ ଟଙ୍କା ଓ ରସୁଣଦର କିଲୋଗ୍ରମ୍ ପ୍ରତି ୨୦୦ ଟଙ୍କାରେ ବିକ୍ରି ହେଉଛି । ଏହାଦ୍ୱାରା ଲୋକମାନେ ବହୁତ ହନ୍ତସନ୍ତ ହେଉଛନ୍ତି । ଏହା ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।
ଧର୍ମଶାଳା ଅଂଚଳରେ ପିଆଜ, ଆଳୁ, ରସୁଣର ଆକାଶ ଛୁଅାଁ, ଗ୍ରାହକ ହନ୍ତସନ୍ତ
|
October 22, 2019 |



