ଧାରା ୩୭୦କୁ ନେଇ ରାହୁଲ ବିଦେଶରେ ଅପପ୍ରଚାର କରୁଛନ୍ତି : ନରେନ୍ଦ୍ର ମୋଦୀ

Spread the love

ଚଣ୍ଡିଗଡ, ୧୬/୧୦ (ସନ୍ଧାନ ନିଉଜ) :  ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଦେଶରେ ଅପପ୍ରଚାର ଚଳାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକ୍ଷେପ କରିଛନ୍ତି। ହରିୟାଣା ବିଧାନସଭା ନିର୍ବାଚନ ପ୍ରଚାର ରାଲିରେ ଯୋଗ ଦେଇ ମୋଦୀ କହିଛନ୍ତି ଯେ ୩୭୦ ଧାରା ଉଚ୍ଛେଦକୁ ସାରା ଦେଶ ସମର୍ଥନ କରୁଥିବାବେଳେ କଂଗ୍ରେସର କିଛି ନେତା ଏହାକୁ ନେଇ ଅପ୍ରଚାର ଚଳାଇଛନ୍ତି। ଏପରିକି ଦଳର କିଛି ନେତା ବିଦେଶ ଗସ୍ତ କାଳରେ ଭାରତର ଏପରି ପଦକ୍ଷେପ ଉପରେ ଗୁଜବ ପ୍ରଚାର କରିଛନ୍ତି। ରାହୁଲଙ୍କ ନାମ ନ ନେଇ ମୋଦୀ କହିଛନ୍ତି ଯେ କଂଗ୍ରେସର ଜଣେ ପ୍ରମୁଖ ନେତା ନିକଟରେ ବ୍ୟାଙ୍କକକ୍, ଥାଇଲାଣ୍ଡ, ଭିଏତନାମ ଗସ୍ତ କରିଥିବାବେଳେ ସେଠାରେ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ପ୍ରଚାର କରିଥିଲେ। ଗତ ସପ୍ତାହରେ ମୋଦୀ କହିଥିଲେ ଯେ କଂଗ୍ରେସର ଯଦି ସତ୍‌ସାହସ ଅଛି ତେବେ ୩୭୦ ଧାରାକୁ ପୁନଃ କାର୍ଯ୍ୟକ୍ଷମ କରିବା ଲାଗି ପ୍ରତିଶ୍ରୁତି ଦେଉ। ଏପରି କି କଂଗ୍ରେସ ନିଜ ନିର୍ବାଚନ ଇସ୍ତାହାରରେ ଧାରା ୩୭୦ କାର୍ଯ୍ୟକାରୀ କରିବା ନେଇ ଘୋଷଣା କରୁ।

Related Posts

About The Author

Add Comment