ଭୁବନେଶ୍ଵର, ୧୦/୧୦ (ସନ୍ଧାନ ନିଉଜ) : ଭୁବନେଶ୍ଵରରେ ଏକ ସରକାରୀ କ୍ଵାର୍ଟରର ପାଣିଟାଙ୍କିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ବର ୟୁନିଟ୍-୯ ସ୍ଥିତ ୨ଆରବି-୧୩୦ ନଂ କ୍ବାର୍ଟରର ପାଣିଟାଙ୍କିରୁ ଏହି ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ନିଜର୍କ ଜେନା ବୋଲି ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ତେବେ ଦୀର୍ଘ ଦିନ ଧରି ଯୁବକ ଜଣଙ୍କ ନିଶା ସେବନ କରୁଥିଲା ବୋଲି ପୋଲିସ କହିଛି ।
ପାଣିଟାଙ୍କିରୁ ଯୁବକଙ୍କ ମୃତ ଦେହ ଉଦ୍ଧାର
|
October 10, 2019 |
