ନଦୀରେ ବୁଡିଗଲେ ୬ ନାବାଳିକା, ୫ ଉଦ୍ଧାର ଓ ଜଣେ ନିଖୋଜ

Spread the love

ସମ୍ବଲପୁର, ୭/୧୦ (ସନ୍ଧାନ ନିଉଜ) : ଦୁର୍ଗାଷ୍ଟମୀକୁ ନେଇ ସାରା ରାଜ୍ୟ ଉତ୍ସବ ମୁଖର ଥିବା ବେଳେ ସମ୍ବଲପୁର ସହରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଦୁର୍ଗାଷ୍ଟମୀରେ ୬ ଜଣ ନାବାଳିକା ନଦୀରେ ବୁଡି ଯାଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଓଡ୍ରାଫ୍ ଟିମ୍ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି।

ସୂଚନାଯୋଗ୍ୟ, ରବିବାର ପ୍ରାୟ ୧୧ଟାରେ ୬ ଜଣ ନାବାଳିକା ମହାନଦୀକୁ ଗାଧୋଇବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନାବାଳିକାର ଗୋଡ଼ ଖସିଯିବାରୁ ସେ ଗଭୀର ଜଳ ସ୍ରୋତକୁ ଭାସି ଯାଇଥିଲେ। ତାକୁ ଉଦ୍ଧାର କରିବା ପାଇଁ ଅନ୍ୟମାନେ ନଦୀର ଗଭୀରକୁ ଚାଲିଯାଇଥିଲେ। ହେଲେ ଜଳ ସ୍ରୋତରେ ସମସ୍ତେ ଭାସି ଯାଇଥିଲେ। ଏହି ଅବସ୍ଥାରେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟଲୋକେ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରିଥିଲେ। ଏପର୍ଯ୍ୟନ୍ତ ଅନ୍ୟ ଜଣେ ନାବାଳିକାଙ୍କ କୌଣସି ପତ୍ତା ମିଳିନାହିଁ।

Related Posts

About The Author

Add Comment