ଚଳିତ ବର୍ଷ ୫୦କିଲୋ ସୁନାରେ ନିର୍ମିତ ହେବ ମା’ ଦୁର୍ଗାଙ୍କ ମୂର୍ତ୍ତି

Spread the love

କୋଲକାତା, ୨୭/୯ (ସନ୍ଧାନ ନିଉଜ) : ନବରାତ୍ରି ପାଇଁ ଚାରିଆଡ ଉତ୍ସବମୁଖର, ଜୋରସୋର ଚାଲିଛି ପ୍ରସ୍ତୁତି। ଚଳିତ ବର୍ଷ ନବରାତ୍ରିରୁ ଭକ୍ତ କୋଲକାତାରେ ସୁନାର ନିର୍ମିତ ମା’ ଦୁର୍ଗାଙ୍କ ମୂର୍ତ୍ତି ଦେଖିବାକୁ ପାଇବେ। ଏବେ ସୁନା ପ୍ରତି ୧୦ଗ୍ରାମ ପିଛା ୪୦,୦୦୦ଟଙ୍କା ଥିବା ବେଳେ ମା’ ଦୁର୍ଗାଙ୍କ ସୁନାରେ ନିର୍ମିତ ମୂର୍ତ୍ତି ଆକର୍ଷଣର କେନ୍ଦ୍ର ପାଲଟିଛି।

ମା’ ଦୁର୍ଗାଙ୍କ ଏହି ସୁନା ମୂର୍ତ୍ତି ତିଆରି କରିବା ପାଇଁ ୫୦ କିଲୋ ସୁନାର ଆବଶ୍ୟକତା ପଡ଼ିଥିଲା। ଯାହାର ମୂଲ୍ୟ ୨୦କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ପ୍ରତିବର୍ଷ କୋଲକାତାରେ ଭବ୍ୟ ଢଙ୍ଗରେ ମା’ ଦୁର୍ଗାଙ୍କ ପେଣ୍ଡାଲ ନିର୍ମାଣ କରାଯାଏ। ଚଳିତବର୍ଷ ମା’ଙ୍କ ୧୩ଫୁଟ ଉଚ୍ଚତା ବିଶିଷ୍ଟ ମୂର୍ତ୍ତିକୁ ସମ୍ପୂର୍ଣ୍ଣ ସୁନାରେ ନିର୍ମାଣ କରାଯାଇଛି।

ନବରାତ୍ରି ପୂଜା ଆରମ୍ଭ ହେଲେ ଭକ୍ତ ଏହି ସୁନା ମୂର୍ତ୍ତିକୁ ଦର୍ଶନ କରିବାର ସୌଭାଗ୍ୟ ପାଇପାରିବେ। ସମିତି ଅଧ୍ୟକ୍ଷ ପ୍ରଦୀପ ଘୋଷଙ୍କ କହିବାନୁସାରେ, କେହି ବି ଏଭଳି ମୂର୍ତ୍ତି ବିଷୟରେ କେବେ ଚିନ୍ତା ବି କରି ନଥିବେ। ଆମେ ନିର୍ମିତ କରିଥିବା ଏହି ଦୁର୍ଗାଙ୍କ ମୂର୍ତ୍ତିରେ ଉପରୁ ତଳ ଯାଏଁ ୫୦କିଗ୍ରା ସୁନା ଖଞ୍ଜା ଯାଇଛି।

ଏହି ସୁନାର ମୂର୍ତ୍ତି ବନାଇବା ପାଇଁ ପୂଜା ସମିତିର କୌଣସି ଆୟୋଜକ ଟଙ୍କା ଦେଇ ନାହାନ୍ତି। ଏଥିପାଇଁ ଅଳଙ୍କାର ବ୍ୟବସାୟୀମାନେ ସାମ୍ନାକୁ ଆସି ସୁନା ଦେଇଛନ୍ତି। ମୂର୍ତ୍ତି ବିସର୍ଜନ ପରେ ସେମାନେ ଏହି ସୁନାକୁ ପୁଣିଥରେ ଫେରାଇ ନେବେ ବୋଲି ଜଣାପଡ଼ିଛି । ଏହା ପୂର୍ବରୁ ୨୦୧୭ରେ ମା’ ଦୁର୍ଗାଙ୍କୁ ସୁନାର ଶାଢ଼ି ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଏହି ଶାଢ଼ିରେ ୨୨କିଲୋର ସୁନା ଲାଗିଥିଲା।

Related Posts

About The Author

Add Comment