ଏୟାର ଇଣ୍ଡିଆର କ୍ଷତି ପାଇଁ ପାକିସ୍ତାନ ଦାୟୀ

Spread the love

ନୂଆଦିଲ୍ଲୀ, ୧୬/୯ (ସନ୍ଧାନ ନିଉଜ) : ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆ ୨୦୧୮-୧୯ ଆର୍ଥିକ ବର୍ଷରେ ୪୬୦୦ କୋଟି ଟଙ୍କାର କ୍ଷତି ସହିଛି। ଋଣ ସଙ୍କଟରେ ବୁଡ଼ି ରହିଥିବା ଏହି କଂପାନି ଏହିବର୍ଷ ୨୬,୪୦୦ କୋଟି ଟଙ୍କାର ଆୟ କରିଥିଲା। ମାତ୍ର କ୍ଷତିକୁ କମ୍ କରିବାରେ ଏହା ସଫଳ ହୋଇନାହିଁ। ଏୟାର ଇଣ୍ଡିଆର କ୍ଷତି ବଢ଼ିବାରେ ପାକିସ୍ତାନ ମଧ୍ୟ କିଛିକାଂଶରେ ଦାୟୀ। ଭାରତୀୟ ବିମାନ କଂପାନିଗୁଡ଼ିକ ଲାଗି ପାକିସ୍ତାନ ଏହାର ବାୟୁସୀମାକୁ ବନ୍ଦ କରିଦେବାରୁ ଏୟାର ଇଣ୍ଡିଆ ପ୍ରତିଦିନ ୩-୪ କୋଟି ଟଙ୍କାର କ୍ଷତି ସହିଥିଲା। ଏପ୍ରିଲ୍‌-ଜୁନ୍‌ ଭିତରେ ପାକିସ୍ତାନ ଯୋଗୁ କଂପାନି ୧୭୫-୨୦୦ କୋଟି ଟଙ୍କାର କ୍ଷତି ସହିଛି। ବାଲାକୋଟ୍‌‌ରେ ବାୟୁ ସେନାର କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ଏହାର ବାୟୁସୀମାକୁ ଭାରତୀୟ ବିମାନ କଂପାନିଗୁଡ଼ିକ ଲାଗି ବନ୍ଦ କରିଦେଇଥିଲା।ଏୟାର ଇଣ୍ଡିଆ ନିଜ ପ୍ରଦର୍ଶନରେ ବିଶେଷ ଉନ୍ନତି ଆଣିପାରିଛି। ଏହାର ଯାତ୍ରୀ ସଂଖ୍ୟା ବଢ଼ିଥିବା ବେଳେ ଆୟ ମଧ୍ୟ ବଢ଼ିଛି। ବର୍ତ୍ତମାନ ଏହା ଦେଶ ଭିତରେ ୭୨ଟି ଓ ବିଦେଶର ୪୧ଟି ସ୍ଥାନକୁ ବିମାନ ସେବା ପଦାନ କରୁଛି। ଆସନ୍ତା କିଛି ମାସ ଭିତରେ କଂପାନି ପାଖରେ ଚଉଡ଼ା ବଡି ଥିବା ବିମାନ ପହଞ୍ଚିବ। ଏହା ପରେ କଂପାନିର ଆୟ ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି। ଏୟାର ଇଣ୍ଡିଆ ଉପରେ ୫୮ ହଜାର କୋଟି ଟଙ୍କାର ଋଣ ବକେୟା ରହିଛି। ଋଣ ବାବଦରେ କଂପାନି ବର୍ଷକୁ ୪୦୦୦ କୋଟି ଟଙ୍କା ଖର୍ଚ କରୁଛି। ଏୟାର ଇଣ୍ଡିଆକୁ ବିକ୍ରି କରିବାକୁ କେନ୍ଦ୍ର ସରକାର ଗ୍ରାହକ ଖୋଜୁଛନ୍ତି।

Related Posts

About The Author

Add Comment