ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶ୍ରମକାର୍ଡ ଏବଂ ଉପକରଣ ବଣ୍ଟନ

Spread the love

ଭଦ୍ରକ, ୭/୯ (ସନ୍ଧାନ ନିୟୁଜ/ରମେଶ ନାୟକ) ରାଜ୍ୟ ପଞ୍ଚାୟତିରାଜ, ପାନୀୟଜଳ, ଆଇନ ଓ ଗୃହ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଦିନିକିଆ ଭଦ୍ରକ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ କରିବା ସହିତ ପ୍ରଧାନମନ୍ତ୍ରା ଆବାସ ଯୋଜନାର କାର୍ଯ୍ୟାଦେଶ, ଶ୍ରମିକମାନଙ୍କୁ ଲେବର କାର୍ଡ ଓ ହିତାଧିକାରୀଙ୍କୁ ବିଭିନ୍ନ ଉପକରଣ ବଣ୍ଟନ କରିଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଉଦ୍ବୋଧନ ଦେଇ ରାଜ୍ୟ ସରକାରଙ୍କ ପାଖରେ ଅର୍ଥର ଅଭାବ ନାହିଁ । ରାଜ୍ୟ ସରକାର ରାଜ୍ୟର ଉନ୍ନତି ପାଇଁ ବହୁ ଅର୍ଥ ମଞ୍ଜୁର କରୁଛନ୍ତି । ସେହି ଅର୍ଥର ସୁବିନିଯୋଗ କରିବା ସ୍ଥାନୀୟ ଜନ ପ୍ରତିନିଧିଙ୍କ କାର୍ଯ୍ୟ । ଭଦ୍ରକର ଉନ୍ନତି ପାଇଁ ସ୍ଥାନୀୟ ବିଧାୟକ ବହୁ ଯୋଜନା କରିଥିବା ସମ୍ପର୍କରେ ଅବଗତ କରାଇଛନ୍ତି । ସେ ସବୁ ପୂରଣ ଦିଗରେ ରାଜ୍ୟ ସରକାର ଯତ୍ନବାନ ହେବେ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ପ୍ରକାଶ କରିଥିଲେ । ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ଆଜି ପୂର୍ବାହ୍ନରେ ପ୍ରଥମେ ଗେଲପୁରଠାରେ ପହଞ୍ଚି ସେଠାରେ ୪କୋଟି ୩୦ଲକ୍ଷ ଟଙ୍କାରେ ନିର୍ମିତ ହେବାକୁ ଥିବା ଅତ୍ୟାଧୁନିକ ସର୍କିଟ ହାଉସର ଶିଳାନ୍ୟାସ କରିଥିଲେ । ପରେ ମନ୍ତ୍ରୀ ପୌରପାଳିକା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଭ୍ରାମ୍ୟଶୌଚାଳୟ ଉଦ୍ଘାଟନ କରିଥିଲେ । ଏହାପରେ ଦକ୍ଷିଣେଶ୍ୱରୀ କାଳୀମନ୍ଦିର ସନ୍ନିକଟ ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ । ଏହି ଅବସରରେ ସ୍ଥାନୀୟ ଅଧିବାସୀଙ୍କ ଦାବୀ ଭାବେ ଆହାର କେନ୍ଦ୍ରର କ୍ଷମତା ୫ଶହରୁ ୧ ହଜାର କରିବାକୁ ବିଧାୟକ ସଂଜୀବ ମଲ୍ଲିକ ପ୍ରସ୍ତାବ ଦେଇଥିଲେ । ମନ୍ତ୍ରୀ ଏହା ପୂରଣ କରିବାକୁ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ବ୍ଳକ କଲୋନୀ ଠାରେ ଲାଇବ୍ରେରୀ ଓ ପଠନ କେନ୍ଦ୍ରର ଶିଳାନ୍ୟାସ, କଚେରୀ ବଜାର ଛକରୁ ପୁରୁଣାବଜାର ଏବଂ ପୁରୁଣାବଜାର ଛକରୁ ସଙ୍ଗତ, ବାଙ୍କାବଜାର ଠାରୁ ଉତ୍ତରବାହିନୀ ଛକ ରାସ୍ତାର ଶିଳାନ୍ୟାସ, ମହତାବ ଛକ ଠାରୁ ଡାହାଣିଗଡିଆ ଛକ ପର୍ଯ୍ୟନ୍ତ ରାସ୍ତାକୁ ମହାତ୍ମା ଗାନ୍ଧି ମାର୍ଗ ନାମରେ ନାମକରଣ । ରାତ୍ରି ଆଶ୍ରୟସ୍ଥଳୀ ନିକଟରେ ନୂତନ ମାର୍କେଟ କମ୍ପେ୍ଲକ୍ସର ଶିଳାନ୍ୟାସ କରିବା ପରେ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସଭାରେ ଯୋଗ ଦେଇଥିଲେ । ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଯୋଗ ଦେଇ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମନ୍ତ୍ରୀ ଶ୍ରୀ ଜେନା ଶ୍ରମିକମାନଙ୍କ ଶ୍ରମ କାର୍ଡ, ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ଉପକରଣ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରିଭଲ୍ଭିଂ ଫଣ୍ଡ ପ୍ରଦାନ କରିଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡା, ଅତିରିକ୍ତ ଉପଜିଲ୍ଲାପାଳ ମନୋରମା ଭୁୟାଁ, ପୌରନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କ ସମେତ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Related Posts

About The Author

Add Comment