ଧର୍ମଶାଳା୨/୯(ସନ୍ଧାନ ନିୟୁଜ/ମାନସ ରାଉତ) ଆରୁହା ୟଙ୍ଗଷ୍ଟାର ପକ୍ଷରୁ ଗଜାନନ ଗଣେଷଙ୍କ ପୂଜାର୍ଚ୍ଚନା ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ସୁନ୍ଦର ୧୨ଫୁଟ ଉଚ୍ଚର ମୁତ୍ତି ସୁଜସଜ୍ଜିତ ତୋରଣ ସହିତ ଆଲୋକମାଳାରେ ଝଲସି ଉଠିଥିଲା ପୂଜାମଣ୍ଡପ । ବୈଦିକ ମନ୍ତ୍ରରେ ପୂଜାଚ୍ଚନା କରାଯାଇ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା । ଏହାକୁ କ୍ଲବର ସମସ୍ତ ସଭ୍ୟମାନେ ପରିଚାଳନା କରିଥିଲେ । ସେହିପରି ଆରୁହାରେ ୧୫ରୁ ଉର୍ଧେ ସ୍ଥାନରେ ଗଣେଷଙ୍କ ବିଭିନ୍ନ ମେଢ଼ କରାଯାଇ ପୂଜାର୍ଚ୍ଚନା କରାଯାଇଛି । ଏହି ଅଂଚଳର ନେଉଳପୁର ଗ୍ରାମ, ନୀଳସୁନ୍ଦର ଉଚ୍ଚବିଦ୍ୟାଳୟ, ହରିଦାସପୁର ଉଚ୍ଚବିଦ୍ୟାଳୟ, ହରିଦାସପୁର ୟୁଜିଏମଇ ସ୍କୁଲ, ହରିଦାସପୁର ଗ୍ରାମ ଯୁବକ ସଂଘ, ସିଡ୍ ସ୍ୱଚ୍ଛାସେବୀ କ୍ଲବ, ସୁନ୍ଦରିଆର ନିୟୂ ଲାଇଫ ୟୁଥ କ୍ଲବ, ମଠ ସାହି, ଆଦି ସ୍ଥାନ ମାନଙ୍କରେ ବିଘ୍ନନାଶକ ପୂଜାର୍ଚ୍ଚନା ଆଡମ୍ବର ସହକାରେ ପାଳିତ

Salapada Ganesh Puja

NEW LIFE YOUTH CLUB



