ଗୁଡ୍‌ୱିଲ ଆମ୍ବାସଡର ପଦରୁ ହଟିବାକୁ ପ୍ରିୟଙ୍କା ଙ୍କୁ ନିର୍ଦ୍ଦେଶ

Spread the love

ମୁମ୍ବାଇ,୨୩/୦୮ (ସନ୍ଧାନ ନିଉଜ) : ପାକିସ୍ତାନ ଏବେ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପଛରେ ପଡ଼ି ଯାଇଛି। କଶ୍ମୀର ପ୍ରସଙ୍ଗରେ ଭାରତକୁ ଅଡ଼ୁଆରେ ପକାଇବା ପାଇଁ ସବୁ ଉଦ୍ୟମ ବିଫଳ ହେବା ପରେ ପାକିସ୍ତାନ ପ୍ରିୟଙ୍କାଙ୍କୁ ଜାତିସଂଘର ‘ଗୁଡ୍‌ୱିଲ ଆମ୍ବାସଡର୍’ ପଦରୁ ହଟାଇବାକୁ ପ୍ରୟାସ ଆରମ୍ଭ କରିଛି। ଏଥିପାଇଁ ପାକିସ୍ତାନ ଜାତିସଂଘକୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ଏହି ଚିଠିରେ ପାକିସ୍ତାନ ଲେଖିଛି, ପ୍ରିୟଙ୍କା ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି, ଯାହାକି ‘ଗୁଡ୍‌ୱିଲ ଆମ୍ବାସଡର’ ପଦବୀ ତାଙ୍କୁ ଦେବାର ନଥିଲା।

ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପରମାଣୁ ମନ୍ତବ୍ୟକୁ ପ୍ରିୟଙ୍କା ସମର୍ଥନ କରିଥିବା ପାକିସ୍ତାନ ଏହି ଚିଠିରେ ଉଲ୍ଲେଖ କରିଛି। ପୂର୍ବରୁ କିଛି ପାକିସ୍ତାନୀ ଅଭିନେତ୍ରୀ ମଧ୍ୟ ପ୍ରିୟଙ୍କାଙ୍କୁ ଏହି ପଦରୁ ହଟାଇବାକୁ ଦାବି କରିଥିଲେ।

ତେବେ ଏଭଳି ସ୍ଥିତିରେ ଦେଶୀ ଗର୍ଲଙ୍କ ସପକ୍ଷରେ ବାହାରିଛନ୍ତି ବଲିଉଡ୍‌ର କଣ୍ଟ୍ରୋଭର୍ସି କୁଇନ୍‌ କଙ୍ଗନା ରାନାୱତ୍‌। କଙ୍ଗନା କହିଛନ୍ତି, କର୍ତ୍ତବ୍ୟ ଓ ଇମୋସନ୍‌ ମଧ୍ୟରେ ଫସିଗଲେ, ସେଥିରୁ ଗୋଟିଏ ବାଛିବା କଷ୍ଟକର ହୋଇ ପଡ଼ିଥାଏ। ଜାତିସଂଘରେ ‘ଗୁଡ୍‌ୱିଲ ଆମ୍ବାସଡର ଫର ପିସ୍‌’ ପଦରେ ଥିବାରୁ ଆପଣ ନିଜକୁ ଗୋଟିଏ ଦେଶର ସୀମା ମଧ୍ୟରେ ବାନ୍ଧି ରଖିବା ଉଚିତ୍‌ ନୁହେଁ। ହେଲେ ଦୁନିଆରେ ଏମିତି କେତେ ଲୋକ ଅଛନ୍ତି, ଯେଉଁମାନେ ମସ୍ତିଷ୍କ ନୁହେଁ ନିଜ ହୃଦୟର କଥା କହିଥାନ୍ତି।

Related Posts

About The Author

Add Comment