ରାଉରକେଲା, ୧୪/୮ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ଆସନ୍ତାକାଲି(ଗୁରୁବାର) ସମଗ୍ର ଦେଶବାସୀ ପାଳିବେ ସ୍ୱତନ୍ତ୍ରତା ଦିବସ । ଧାରା-୩୭୦ ଉଚ୍ଛେଦ ପରେ ଏହାକୁ ନେଇ ସମସ୍ତ ଭାରତ ଉସôବମୁଖର ହୋଇ ଉଠିଥିବା ବେଳେ ରାଉରକେଲା ମଧ୍ୟ ଏଥିରୁ ବାଦ ପଡ଼ିନାହିଁ ।ରାଉରକେଲାର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସ୍ୱାଧାନତା ଦିବସ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ରାଉରକେଲା ଜିଲା ପ୍ରଶାସନ, ଆରଏସପି ପକ୍ଷରୁ ମଧ୍ୟ ସ୍ୱାଧୀନତା ଦିବସ ପାଳନ କରାଯିବ । ସେହିପରି ସାରନଗରୀର ସେକ୍ଟର-୨୨ ଏମ୍ପୋଲୟିଜ ୱେଲଫେୟାର ଟ୍ରଷ୍ଟ, କଳିଙ୍ଗ ଯୁବ ସଙ୍ଗଠନ, ପ୍ରଗତି ପରିଷଦ, ଦକ୍ଷିଣ ରାଉରକେଲା ଯୁବ ମଂଚ, ବିଦ୍ୟା ଷ୍ଟଡ଼ି ପଏଂଟ,ପ୍ରେଣ୍ଡସ କ୍ଲବ, ବ୍ୟତୀତ ବିଭିନ୍ନ ସରକାରୀ, ତଥା ବେସରକାରୀ ଶିକ୍ଷାନୁଷ୍ଠାନରେ ଉଡ଼ିବ ତ୍ରୀରଙ୍ଗା । ସେହିପରି ଆଇଡ଼ିଏଲ, ଆରଏସପି ମିନି ଷ୍ଟାଡ଼ିୟମ, ଜଲଦା ଫୁଟବଲ ଷ୍ଟାଡ଼ିୟମ ଠାରେ ଚିତାକର୍ଷକ ପ୍ୟାରେଡ଼ର ମଧ୍ୟ ଆୟୋଜନ କରାଯିବ । ମାତ୍ର ଏଥର ଲଘୁଚାପ ବର୍ଷା ପ୍ୟାରେଡ଼ରେ ବାଧକ ହେବାର ଆଶଙ୍କା ପ୍ରକାଶ ପାଇଛି । ଅପରପକ୍ଷରେ ସ୍ଥାନୀୟ ଟାଙ୍ଗରପାଲୀ ଥାନା ପୁଲିସ, ଜଲଦା ଫାଣ୍ଡି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଏବେଠାରୁ କଡ଼ାକଡ଼ି କରାଯାଇଛି । ସାରନଗରୀର ବିଭିନ୍ନ ଛକରେ ପୁଲିସ ପକ୍ଷରୁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି । ସେହିପରି ଜାତୀୟ ରାଜପଥ-୧୪୩ରେ ଯାତାୟତ କରୁଥିବା ଯାନବାହାନ ଗୁଡ଼ିକୁ ଜଲଦା ଫାଣ୍ଡିର ପୁଲିସ କର୍ମୀ ମାନେ ଆବଶ୍ୟକ ସ୍ଥଳେ ଯାଂଚ କରୁଥିବା ଖବର ମିଳିଛି । ସ୍ୱାଧୀନତା ଦିବସ ଦିନ ଯେପରି କୌଣସି ଅଘଟଣ ନଘଟେ ସେଥିପ୍ରତି ପୁଲିସ ସତର୍କ ଦୃଷ୍ଟି ରଖିଛି ।
ବିଭିନ୍ନ ସଙ୍ଗଠନ ପକ୍ଷରୁ ସ୍ୱାଧୀନତା ଦିବସ ପ୍ରସ୍ତୁତି
|
August 15, 2019 |



