ଯାଜପୁର/ଧର୍ମଶାଳା ୧୦ ।୮ (ସନ୍ଧାନ ନିୟୁଜ): ଧର୍ମଶାଳା ତହସିଲ ପ୍ରଶାସନର ଲଗାତର ଚଢ଼ାଉରେ ବେଆଇନ କଳାପଥର ଖାଦାନର ମାଫିଆମାନେ ଆତଙ୍କିତ ହୋଇପଡିଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି କରି ପ୍ରଶାସନକୁ ଡରାଇବାକୁ ଚେଷ୍ଟା କରୁଛନ୍ତି । ଆଜି ସେଭଳି ପ୍ରଶାସନ ପକ୍ଷରୁ ବିଛାଖଣ୍ଡି ପାହାଡରେ ଚଢ଼ାଉବେଳେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି କରାଯାଇଥିଲା । ତଥାପି କେବଳ ମେସିନ ସିଜ ହୋଇଥିବା ବେଳେ ଅନ୍ୟ ଗାଡି ଏବଂ ଅନ୍ୟ ଗୋଟିଏ ମେସିନ ଘଟଣାସ୍ଥଳରୁ ଖସିଯିବାକୁ ସକ୍ଷମ ହୋଇଥିଲେ । ଶନିବାର ପୁର୍ବାହ୍ନରେ ବିଛାଖଣ୍ଡି ପାହାଡ ଉପରେ ଚଢାଉ କରାଯାଇଥିଲା । ଏହି ଚଢାଉ ପୁର୍ବଦିନ ଭଳି କରାଯାଇଥିବାରୁ ମାଫିଆ ମାନେ କିଛି ସୁଚନା ପାଇ ପାରିନଥିଲେ । ଫଳରେ ଚଢାଉରେ ଅତିରିକ୍ତ ତହସିଲଦାର ଦେବୀପ୍ରସାଦ ମହାନ୍ତି ଘଟଣାସ୍ଥଳରୁ ଏକ ମେସିନ ଜବତ କରିବାକୁ ସକ୍ଷମ ହୋଇଥିଲେ ।୍ୱ ମାତ୍ର ଘଟଣାସ୍ଥଳରେ ହୋ ହଲ୍ଲା କରି ପରିସ୍ଥିତି ବିଗାଡିବାକୁ ମାଫିଆ ମାନେ ଚେଷ୍ଟା କରିଥିବା ବେଳେ ଏହି ସୁଯୋଗରେ ଅନ୍ୟ କେତେକଗାଡି ଘଟଣାସ୍ଥଳରୁ ଖସି ପଳାଇଯାଇଥିଲା । ଅନ୍ୟପଟରେ ଖବର ସଂଗ୍ରହ କରିବାକୁ ଯାଉଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ ପ୍ରଶାସନ ତରଫରୁ ବାରଣ କଣ ପାଇଁ କରାଯାଉଛି ତାହା ସନେ୍ଦହ ଘେରରେ ରହୁଥିବା ବେଳେ ପୋଲିସ ମଧ୍ୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପୋଲିସ ମଧ୍ୟ ସୁରକ୍ଷା ଦେଉନାହାନ୍ତି । ଯାହା ଫଳରେ ସମ୍ବାଦିକ ମାନେ ଖବର ସଂଗ୍ରହ ବେଳେ ନିଜକୁ ସୁରକ୍ଷା ମଣୁନଥିବା ଖବର ସଂଗ୍ରହରେ ବାଧା ଉପୁଜୁଛି । ଯେଉଁଟି ଲୋକାଲ ମାଜଷ୍ଟ୍ରେଟ ଓ ଖାକି ପୋଷାକଧାରୀ ବାଦ ପଡୁନାହାଁନ୍ତି ସେ ଜାଗାକୁ ଅନ୍ୟମାନେ କିପରି ଯିବେ ବୋଲି ପ୍ରଶ୍ନ ଉୁଠୁଛି । ପୂର୍ବରୁ ଏହି ପାହାଡରେ ଅନେକ ଥର ଗୁଳି ପୁଟିବା ସହିତ ବୋମା ମାଡ ବି ହୋଇଛି । ବହୁ ଗରିବ ଶ୍ରମିକ ମାନେ ମଧ୍ୟ ମୃତୁ୍ୟ ବରଣ କରିଛନ୍ତ । ଏହି ମୃତୁ୍ୟକୁ ମଧ୍ୟ ମାଫିଆ ମାନେ ଗାଡି ଧକ୍କାରେ ପରିଣତ କରି ଏହାକୁ ଚପାଇ ଦେଇଛନ୍ତି । ପ ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ଯାହା ସୁଚନା ମିଳୁଛି ତାହା ସତ ନୁହେଁ ବୋଲି ତହସିଲଦାର ସୁଚନା ଦେଇଛନ୍ତି । ସେପରି ବେଶି କିଛି ହୋଇନାହିଁ ବୋଲି କହିବା ସହିତ ଆଗକୁ ଚଢାଉ ଆହୁରି ଯୋରଦାର ହେବ ବୋଲି ସୁଚନା ମିଳିଛି । ଏପଟେ ପଥର ମାଫିଆ ପ୍ରତିହିଂସା ପରାୟଣ ହୋଇ ଆଗକୁ ବଡ ଧରଣର ପଦକ୍ଷେପ ନେବାକୁ ସଜବାଜ ହେଉଥିବା ଜଣାଯାଇଛି । ତେବେ ପଥର ମାଫିଆ ବିଛାଖଣ୍ଡି ପାହାଡରେ ଆତଙ୍କ ରାଜ ଚଳାଇଥିଲେ ମଧ୍ୟ ପ୍ରଶାସନ ସେଭଳି କୌଣସି ଠୋସ ପଦକ୍ଷେପ ଗ୍ରହଣ କରିପାରୁନାହିଁ । କାରଣ ଏହା ପଛରେ ରାଜନୈତିକ ନେତାଙ୍କର ପ୍ରଛଦ ହାତ ରହିଥିବା ସନେ୍ଦହ କରାଯାଉଛି । ଏ ସମ୍ବନ୍ଧରେ ଥାନାରେ କୌଣସି ମମଲା ହୋଇଛି କି ନାହିଁ ଜାଣିବାକୁ ଥାନା ସହିତ ଯୋଗାଯୋଗ କରିବାକୁ ଚେଷ୍ଠାକରିଥିଲେ ମଧ୍ୟ ତାହା ସମ୍ଭବ ପର ହୋଇନାହିଁ । ସତ ଜାଣିବାକୁ ଚେଷ୍ଠା କରିଥିଲେବି କୌଣସି ଅଧିକାରୀ ମୁହଁ ଖୋଲୁନଥିବାରୁ ଘଟଣା ଉପରୁ ପର୍ଦା ଉଠିପାରୁନାହିଁ । ତେବେ ଅନେକଥର ଏପରି ଘଟଣା ଘଟୁଥିବାସ୍ଥଳେ ପ୍ରଶାସନ ସ୍ଥାନୀୟ ସାମ୍ବାଦିକ ମାନଙ୍କୁ କାହିଁକି ସାଙ୍ଗରେ ନେଉନାହାଁନ୍ତି ତାହା ବୁଝାପଡୁନାହିଁ । ଅନ୍ୟପଟରେ କୌଣସି ଘଟଣାରେ ସମ୍ବାଦିକକୁ ସୂଚନା ଦିଆଯାଉନାହିଁ । ଫଳରେ ସାମ୍ବାଦିକ ଘଟଣା ସମ୍ପର୍କରେ କିଛି ଜାଣି ପାରୁ ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି । ତେବେ ପ୍ରଶାସନ ଏହି ଘଟଣା ଉପରେ କଣ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।
Report- Prasanta Samal