ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସଂପନ୍ନ

Spread the love

ନୂଆଦିଲ୍ଲୀ, ୭/୮ (ସନ୍ଧାନ ନିଉଜ) : ବିଦାୟ ନେଲେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ମଙ୍ଗଳବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କର ବୁଧବାର ଅପରାହ୍ନରେ ଦିଲ୍ଲୀର ଲୋଧି ରୋଡ୍‌ସ୍ଥିତ ଶ୍ମଶାନରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅନ୍ତିମ ସଂସ୍କାର କରାଯାଇଛି । ଲୋଧି ରୋଡ୍‌ର ଦୟାନନ୍ଦ ଘାଟରେ ସୁଷମାଙ୍କ ଶେଷ ସଂସ୍କାର ଅନୁଷ୍ଠିତ ହୋଇଛି।

ବିଜେପି ମୁଖ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ଲୋଧି ରୋଡ୍‌ସ୍ଥିତ ଶବଦାହ ଗୃହରେ ସୁଷମାଙ୍କ ମର ଶରୀର ପହଞ୍ଚିବା ପରେ ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସୁଷମାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୁଲାବ ନବୀ ଆଜାଦ, ଅମିତ ଶାହା, ନିତିନ ଗଡ଼କରି, ଲାଲକୃଷ୍ଣ ଆଡଭାନୀ, ରାଜନାଥ ସିଂହ, ଜେପି ନଡ୍ଡା, ରବି ଶଙ୍କର ପ୍ରସାଦ ଏବଂ ପିୟୂଷ ଗୋଏଲ ଆଦି ଉପସ୍ଥିତ ହୋଇଥିଲେ। ସୁଷମାଙ୍କୁ ତାଙ୍କର ହଜାର ହଜାର ପ୍ରଶଂସକ ଓ ଶୁଭେଚ୍ଛୁ ସଧବା ବେଶରେ ଶେଷ ବିଦାୟ ଦେଇଛନ୍ତି।

Related Posts

About The Author

Add Comment