ପାକିସ୍ତାନରେ ଛାଇଲା ଭାରତ-ସପକ୍ଷ ପୋଷ୍ଟର; ଲେଖାଥିଲା-‘ମହା-ଭାରତ ଏ ଷ୍ଟେପ୍‌ ଫରଓ୍ଵାର୍ଡ

Spread the love

ଇସଲାମାବାଦ ,୬/୮ (ସନ୍ଧାନ ନିଉଜ) : ପାକିସ୍ତାନର ରାଜଧାନୀ ଇସ୍‌ଲାମାବାଦରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଦୃଶ୍ୟ। ସହରର ବହୁ ସ୍ଥାନରେ ଭାରତ ସପକ୍ଷବାଦୀ ପୋଷ୍ଟର ରାସ୍ତା କଡ଼ରେ ଲଗାଯାଇଛି। ଏହି ଇଂରାଜୀ ପୋଷ୍ଟରରେ ‘ମହା-ଭାରତ ଏ ଷ୍ଟେପ୍‌ ଫରଓ୍ଵାର୍ଡ’ ଲେଖାଯାଇଛି। ପୋଷ୍ଟରରେ ଶିବସେନାର ରାଜ୍ୟସଭା ସାଂସଦ ସଂଜୟ ରାଉତଙ୍କ ଫଟୋ ସହ ଏକ ବାର୍ତ୍ତା ଲେଖାଯାଇଛି। ଜମ୍ମୁ-କଶ୍ମୀର ପରେ ଆମେ ବେଲୁଚିସ୍ତାନ ଦଖଲ କରିବୁ। ମୋର ବିଶ୍ୱାସ ଅଛି କି ପ୍ରଧାନମନ୍ତ୍ରୀ ଅଖଣ୍ଡ ଭାରତର ସ୍ୱପ୍ନ ପୂରା କରିବେ ବୋଲି ପୋଷ୍ଟରରେ ଲେଖାଯାଇଛି।

ଏହି ପୋଷ୍ଟରକୁ ସାଧାରଣ ଲୋକେ ଦେଖିବା ପରେ ଏହାର ଭିଡିଓ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିଲେ। ଏହି ଘଟଣା ପାକିସ୍ତାନ ପୁଲିସକୁ ଅଡୁଆ ପରିସ୍ଥିତିରେ ପକାଇ ଦେଇଥିଲା। ଏହା ପରେ ପୁଲିସ ଏସବୁ ପୋଷ୍ଟରକୁ ଜବତ କରି ନେଇଥିଲା। ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିବା ପାକିସ୍ତାନୀ ନାଗରିକ ଜଣକ ପାକିସ୍ତାନ ସରକାରଙ୍କୁ ତାତ୍ସଲ୍ୟ କରି କହୁଛନ୍ତି, ଆମ ଦେଶରେ, ଆମ ସହରରେ ଭାରତୀୟମାନେ ଆସି ପୋଷ୍ଟର ଲଗାଇ ଦେଇ ପଳାଉଛନ୍ତି ଆମେ କ’ଣ କରୁଛେ? ଅନ୍ୟ ପକ୍ଷରେ ଏହି ପୋଷ୍ଟର ପାକିସ୍ତାନ ପୁଲିସର ମୁଣ୍ଡବ୍ୟଥାର କାରଣ ପାଲଟିଛି।

ଭାରତ ୩୭୦ ଧାରା ଉଚ୍ଛେଦ କରିବାର ଠିକ ପର ଦିନ ପାକିସ୍ତାନରେ ଏପରି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

Related Posts

About The Author

Add Comment