ମହାପ୍ରଭୁଙ୍କ ପାଖରେ ଲାଗିହେଲା ଅଧରପଣା
ଭୁବନେଶ୍ୱର ୧୫/୭ (ସନ୍ଧାନ ନିୟୁଜ ): ବାହୁଡା଼ ଯାତ୍ରା ପରେ ସିଂହଦ୍ଵାରଠାରେ ତିନି ରଥ ଉପରେ ସୁନାବେଶ ପରଦିନ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଅଧର ପଣା ଲାଗି ହୋଇଥାଏ।ରଥାରୂଢ଼ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ଵତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧର ପଣା କୁହାଯାଏ।ସ୍ଵତ୍ତ୍ଵଲିପି ଅନୁଯାୟୀ ବାହୁଡା଼ ଦଶମୀ ଦିନ ରଥ ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ଅଧର ପଣା ଭୋଗ ହେବା କଥା।କିନ୍ତୁ ପରେ ସମୟ ଅଭାବରୁ ଏହା ଏକାଦଶୀ ଦିନ ଅନୁଷ୍ଠିତ ହେଉଥିଲା।କିନ୍ତୁ ଏବେ ଏହା ଏକାଦଶୀ ଦିନ ମଧ୍ୟ ହୋଇ ନ’ପାରି ଦ୍ଵାଦଶୀ ତିଥିରେ ଏହି ଅଧର ପଣା ଭୋଗ କରାଯାଉଛି।ପୂର୍ବେ ବାହୁଡା଼ ଦଶମୀ ଦିନ ତିନି ହାଣ୍ଡି, ଏକାଦଶୀରେ ତିନି ହାଣ୍ଡି ଓ ଦ୍ଵାଦଶୀ ଦିନ ତିନି ହାଣ୍ଡି ଏହିପରି ନଅ ହାଣ୍ଡି ଅଧର ପଣା ଓ ବଳଭଦ୍ରଙ୍କ ରଥରେ ରାମ, କୃଷ୍ଣଙ୍କ ଉଦ୍ଦେଶ୍ୟରେ ଦୁଇଟି ହାଣ୍ଡି (ସାନ) ଓ ଜଗନ୍ନାଥଙ୍କ ରଥରେ ମଦନମୋହନ ଠାକୁରଙ୍କ ନିମିତ୍ତ ଗୋଟିଏ ହାଣ୍ଡି (ସାନ) କ୍ରମରେ ମୋଟ ୧୨ଟି ହାଣ୍ଡି ଅଧର ପଣା ଭୋଗ ହେଉଥିଲା।କିନ୍ତୁ ଏବେ ତିନି ରଥ ପାଇଁ ଦ୍ଵାଦଶୀ ଦିନ ମୋଟ ୯ଟି ହାଣ୍ଡି ଅଧର ପଣା ଭୋଗ ହେଉଛି।
Related Posts
About The Author