ବୈପାରିଗୁଡା, ୧୫/୭ (ସନ୍ଧାନ ନିୟୁଜ ) କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଖୁଦ୍ରଦାନା ଶସ୍ୟ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ୱାସନ କୋରାପୁଟଙ୍କ ସହାୟତା ରେ ସି ୱାଇ ଏସ ଡ଼ି ଓ ପ୍ରୟାସ ଅନୁଷ୍ଠାନ ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା ।କାର୍ଯ୍ୟକ୍ରମରେ ୱାସନ ର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ତ୍ରିନାଥ ତାରାପୁଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ବୈପାରିଗୁଡା ବ୍ଲକ ର ସହକାରୀ କୃଷି ଅଧିକାରୀ ଶ୍ରୀଯୁକ୍ତ ନନ୍ଦୁ ଜାନୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ।ପ୍ରୟାସ ଅନୁଷ୍ଠାନର କୋଡ଼ିନେଟର ଶ୍ରୀଯୁକ୍ତ ପୀତବାସ ବାରିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ରହି ମାଣ୍ଡିଆ ରେ ପ୍ରସ୍ତୁତ ଲଡୁ,ମିକ୍ସଚର, ବରା, ଇଟିଲି,ପୋକଡ଼ା ପ୍ରସ୍ତୁତ କରାଯାଇ ପଦର୍ଶନ କରାଯାଇଥିବା ବେଳେ ସୁଆଁ ଏବଂ କାଙ୍ଗୁରେ ପ୍ରସ୍ତୁତ ଖିରୀ ଲୋକମାନଙ୍କୁ ବଣ୍ଟାଯାଇଥିବା ଦେଖିବାକୁ ମିଳିଛି ।ଉକ୍ତ କାର୍ଯ୍ୟକ୍ରମରେ ପ୍ରୟାସ ଅନୁଷ୍ଠାନର ସିଆରପି ପ୍ରଭୁ ଗାଦବା, ଅର୍ଜୁନ ମାଝୀ, ରବୀନ୍ଦ୍ର କୁରକୁଟିଆ ସହଯୋଗ କରିଥିଲେ ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।



