ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌ ଟାଇ, ସୁପର ଓଭରରେ ଜଣାପଡ଼ିବ କିଏ ହେବ ଚାମ୍ପିଅନ୍‌

Spread the love

ଲଣ୍ଡନ,୧୪ /୭ (ସନ୍ଧାନ ନିଉଜ) : ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ଦ୍ୱାରା ପରିଚାଳିତ ବିଶ୍ୱକପ୍‌ ୨୦୧୯ରେ ଇତିହାସ ସୃଷ୍ଟି ହୋଇଛି। ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ ରବିବାର ଟାଇ ହୋଇଛି। ଦ୍ୱିତୀୟ ଇନିଂସରେ ୨୪୨ ରନ୍‌ ବିଜୟ ଲକ୍ଷ୍ୟ ନେଇ ଇଂଲଣ୍ଡ ବ୍ୟାଟିଂ କରିଥିଲା। ପଞ୍ଚମ ଓ୍ଵିକେଟ୍‌ରେ ଶତକୀୟ ଭାଗିଦାରୀ (୧୧୦ ରନ୍‌) ବଳରେ ଟିମ୍‌ ୫୦ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୪୧ ରନ୍‌ କରିଛି। ଏବେ ଚାମ୍ପିଅନ୍‌ ପାଇଁ ସୁପର ଓଭରକୁ ଅପେକ୍ଷା କରାଯାଇଛି।

ଇଂଲଣ୍ଡ ୫.୪ ଓଭରରେ ସ୍କୋର ୨୮ ରନ୍‌ରେ ଜସନ ରୟଙ୍କୁ ହରାଇଥିଲା। ଦ୍ୱିତୀୟ ଓ୍ଵିକେଟ୍‌ ଭାବେ ଜୋଏ ରୁଟ ଆଉଟ୍‌ ହୋଇଥିଲେ। ଗ୍ରାଣ୍ଡହୋମ୍‌ଙ୍କ ଦ୍ୱାରା ରୁଟ ଆଉଟ୍‌ ହେବା ବେଳକୁ ଇଂଲଣ୍ଡର ସ୍କୋର ୫୯ ରନ୍‌ ଥିଲା। ଟିମ୍‌ ସ୍କୋର ୭୧ ରନ୍‌ରେ ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ଜନି ବେୟାରଷ୍ଟୋ ୩୬ ରନ୍‌ କରି ଲକି ଫରଗୁସନଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ଚତୁର୍ଥ ଓ୍ଵିକେଟ୍‌ ଭାବେ ଇଂଲଣ୍ଡ ଇଅନ ମୋର୍ଗାନ (୯ରନ୍‌) ଆଉଟ୍‌ ହୋଇଥିବା ବେଳେ ଜୋସ୍‌ ବଟଲର (୫୯ ରନ୍‌) ନ୍ୟୁଜିଲାଣ୍ଡର ୫ମ ଶିକାର ହୋଇଥିଲେ। କ୍ରିସ୍‌ ମାତ୍ର ୨ ରନ୍‌, ଲିଆମ ପ୍ଲଙ୍କେତ ୧୦ ରନ୍‌ କରିଥିଲେ। ଜୋଫ୍ରା ଆର୍ଚ୍ଚର କୌଣସି ରନ୍‌ ନକରି ପାଭଲିଅନ୍‌ ଫେରିଥିଲେ।

ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ଟି ଓ୍ଵିକେଟ୍‌ ହରାଇ ୨୪୧ ରନ୍‌ କରିଥିଲା। ଲିଆମ୍‌ ପ୍ଲଙ୍କେତ ୧୦ ଓଭର ବୋଲିଂ କରି ୪୨ ରନ୍‌ ଦେଇଥିଲେ। ସେ ନ୍ୟୁଜିଲାଣ୍ଡର ୩ ଜଣ ବ୍ୟାଟସ୍‌ମ୍ୟାନଙ୍କୁ ପାଭଲିଅନ ପଠାଇଥିଲେ। ଟସ୍‌ ଜିଣି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଲଣ୍ଡନର ଐତିହାସିକ ଷ୍ଟାଡିୟମ ‘ଲଡର୍ସ’ରେ ଜାରି ରହିଥିବା ମ୍ୟାଚ୍‌ରେ ଟିମ୍‌ ୨୯ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ଭାବେ ମାର୍ଟିନ ଗୁପଟିଲ (୧୯ ରନ୍‌)ଙ୍କୁ ହରାଇଥିଲା। ଇଂଲଣ୍ଡ ବୋଲର କ୍ରିସ୍‌ ଓ୍ଵକସ୍‌ଙ୍କ ଦ୍ୱାରା ବୋଲ୍ଡ ହୋଇ ଗୁପଟିଲ ପାଭଲିଅନ୍‌ ଫେରିଥିଲେ। ଦ୍ୱିତୀୟ ଓ୍ଵିକେଟ୍‌ ପାଇଁ ହେନରୀ ନିକୋଲସ ଓ ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ ୭୪ ରନ୍‌ ଯୋଡ଼ିଥିଲେ। ସ୍କୋର ୧୨୯ ରନ୍‌ରେ ନ୍ୟୁଜିଲାଣ୍ଡ ଓ୍ଵିଲିୟମସନ୍‌ (୩୦ ରନ୍‌)ଙ୍କୁ ହରାଇଥିଲା। ଓ୍ଵିଲିୟମସ୍‌ ୫୩ଟି ବଲ ଖେଳି ଲିଆମ ପ୍ଲଙ୍କେତଙ୍କ ବଲ ଜେସ୍‌ ବଟଲରଙ୍କୁ କ୍ୟାଚ୍‌ ଦେଇଥିଲେ। ହେନରୀ ନିକୋଲାସ୍‌ (୫୫)ଙ୍କୁ ପ୍ଲଙ୍କେତ ଆଉଟ୍‌ କରିଥିଲେ। ତୃୀତୟ ଓ୍ଵିକେଟର ବିଳୟ ବେଳକୁ ୨୬.୫ ଓଭରରେ ନ୍ୟୁଜିଲାଣ୍ଡ ୧୧୮ ରନ୍‌ କରିଥିଲା। ରସ ଟେଲର ୩୧ଟି ବଲ୍‌ ଖେଳି ୧୫ ରନ୍‌ କରିଥିଲେ। ସେ ମାର୍କ ଉଡ଼ଙ୍କ ଦ୍ୱାରା ଏଲବିଡବ୍ଲୁ ହୋଇଥିଲେ।

ନ୍ୟୁଜିଲାଣ୍ଡ ସ୍କୋର ୧୭୩ ରନ୍‌ରେ ୫ମ ଓ୍ଵିକେଟ୍‌ ଭାବେ ଜେମସ୍‌ ନୀଶମ (୨୯)ଙ୍କୁ ହରାଇଥିଲା। ପ୍ଲଙ୍କେତଙ୍କ ବଲରେ ନୀଶମ ଆଉଟ୍‌ ହୋଇଥିଲେ। କ୍ରିସ୍‌ ଓ୍ଵକସ୍‌ଙ୍କ ବଲ ଜେମସ୍‌ ଭିନସ୍‌ଙ୍କୁ କ୍ୟାଚ ଦେବା ପୂର୍ବରୁ କୋଲିନ୍‌ ଗ୍ରାଣ୍ଡହୋମ୍‌ ୨୮ଟି ବଲ୍‌ ଖେଳି ୧୬ ରନ୍‌ କରିଥିଲେ। କ୍ରିସ୍‌ ଓ୍ଵକସ୍‌ଙ୍କ ଦ୍ୱାରା ଟମ୍‌ ଲାଥମ (୪୭ ରନ୍‌, ୫୬ ବଲ) ଆଉଟ୍‌ ହୋଇଥିଲେ। ସ୍କୋର ୨୩୨ ରନ୍‌ରେ କ୍ୱିଓ୍ଵି ଟିମ୍‌ର ୭ମ ବିପର୍ଯ୍ୟୟ ଘଟିଥିଲା। ପୂର୍ବରୁ ୬ଷ୍ଠ ଓ୍ଵିକେଟ୍‌ ବେଳକୁ ସ୍କୋର ୨୧୯ ରନ୍‌ ଥିଲା। ଜୋଫ୍ରା ଆର୍ଚ୍ଚରଙ୍କ ବଲରେ ମଟ୍ଟ ହେନ୍‌ରୀ (୪ ରନ୍‌) ଆଉଟ୍‌ ହୋଇଥିଲେ। ମିଚେଲ ସଣ୍ଟନର (୫ ରନ୍‌) ଓ ଟ୍ରେଣ୍ଟ ବୋଲଟ (୧ ରନ୍‌) ଅପରାଜିତ ଫେରିଥିଲେ।
WC:

Related Posts

About The Author

Add Comment