ଫାଟିଲା ଭୂତଳ ପାଇପ୍‌, ୪୦ ଫୁଟ ଉପର ଉଠିଲା ପାଣି, ଲୋକେ ଆତଙ୍କିତ

Spread the love

ଭୁବନେଶ୍ୱର, ୯/୭ (ସନ୍ଧାନ ନିଉଜ) : ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଆଜି ମଧ୍ୟାହ୍ନରେ ଏକ ଭୂତଳ ପାଇପ୍‌ ଅଚାନକ ଫାଟିବାରୁ ସ୍ଥାନୀୟ ଅଞ୍ଚଳ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ମଞ୍ଚେଶ୍ୱରସ୍ଥିତ ଉତ୍କଳ ମୋଟର୍ସରୁ ଆଦିତ୍ୟ ବିର୍ଲା ରାସ୍ତାରେ ଏହି ଅଭାବନୀୟ ଘଟଣା ଘଟିଥିଲା। ପାଇପ୍‌ ଫାଟିବାରୁ ଏଥିରେ ପ୍ରବାହିତ ପାଣି ପ୍ରାୟ ୪୦ ଫୁଟ୍‌ ଉଚ୍ଚକୁ ଉଠିଥଲା। ଫଳରେ ସମ୍ପୃକ୍ତ ରାସ୍ତା ଜଳମଗ୍ନ ହୋଇପଡ଼ିଛି। ପାଖରେ ବିଦ୍ୟୁତ୍‌ ଖୁଣ୍ଟି ଥିବାରୁ ଏହା ଆହୁରି ବିପଦ ସୃଷ୍ଟି କରୁଛି।

Related Posts

About The Author

Add Comment