ମୋଦୀ ସରକାରକୁ ବିରୋଧ କରୁଥିବା ହେତୁ ମୋତେ ଟାର୍ଗେଟ କରାଯାଉଛି

Spread the love

ପାଟ୍‌ନା ,୬/୭ (ସନ୍ଧାନ ନିୟୁଜ ): ‘ସବ୍‌ ମୋଦୀ ଚୌର୍‌ ହୈ’ ମନ୍ତ୍ୟବ ଦେଇ ମାନହାନୀ ମକଦ୍ଦମାର ସାମ୍ନା କରିଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଶନିବାର ପାଟ୍‌ନା କୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି। ଜାମିନ୍‌ ପାଇବା ପରେ ରାହୁଲ ନିଜର ମନ୍ତବ୍ୟ ଦେଇ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଓ ବିଜେପି-ଆର୍‌ଏଏସ୍‌ର ବିରୁଦ୍ଧାଚରଣ କରୁଥିବା ହେତୁ ତାଙ୍କୁ ଅଯଥାରେ ଟାର୍ଗେଟ କରାଯାଉଛି।

ନିକଟ ଅତୀତରେ ଦଳର ଅଧ୍ୟକ୍ଷ ପଦ ଛାଡ଼ିଥିବା କଂଗ୍ରେସର ଏହି ବରିଷ୍ଠ ନେତା ପାଟ୍‌ନା କୋର୍ଟରେ ସାଂସଦ ଓ ବିଧାୟକମାନଙ୍କ ପାଇଁ ଥିବା ସ୍ୱତନ୍ତ୍ର ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍‌ କୁମାର ଗୁଞ୍ଜନଙ୍କ ନିକଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଜାମିନ୍‌ ପ୍ରଦାନ କରାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୭ ତାରିଖରେ ଧାର୍ଯ୍ୟ କରାଯାଇଛି।

ସୁଶୀଲ ମୋଦୀଙ୍କ ଓକିଲ ଗଣମାଧ୍ୟମରେ ବୟାନ ଦେଇ କହିଛନ୍ତି, ‘ଆମେ ତାଙ୍କ ଜାମିନ୍‌କୁ ବିରୋଧ କରୁନାହୁଁ। ତାଙ୍କ ବିରୋଧରେ କ’ଣ ଅଭିଯୋଗ ରହିଛି ଓ ସେ ଦୋଷୀ କି ନୁହଁନ୍ତି ବୋଲି ଅଦାଲତ ବିଚାର କରୁଛନ୍ତି।’

କୋର୍ଟରୁ ବାହାରକୁ ବାହାରି ରାହୁଲ ଗଣମାଧ୍ୟମ ମତ ରଖି କହିଛନ୍ତି ଯେ ସେ ଦେଶରୁ ଦାରିଦ୍ର୍ୟ ଦୂରେଇବା ପାଇଁ ସବୁବେଳେ ଲଢ଼ି ଚାଲିବେ। ସେ କହିଛନ୍ତି, ‘ଦେଶର ଗରିବ, କୃଷକ ଓ ଶ୍ରମିକଙ୍କ ବିକାଶ ପାଇଁ ମୁଁ ପ୍ରତିଜ୍ଞାବଦ୍ଧ। ମୁଁ ମୋଦୀ ସରକାର ଓ ବିଜେପି-ଆର୍‌ଏସ୍‌ଏସ୍‌ ବିରୋଧରେ ସ୍ୱର ଉଠାଇବା ହେତୁ ଟାର୍ଗେଟ ହେଉଛି। ମୋର ଲଢ଼େଇ ଚାଲୁ ରହିବ।’

ଉଲ୍ଲେଖଯୋଗ୍ୟ, ସବୁ ମୋଦୀ ଚୋର୍‌ ବୋଲି କହିଥିବା ହେତୁ ରାହୁଲଙ୍କ ବିରୋଧରେ ମାନହାନୀ ମକଦ୍ଦମା ରୁଜୁ ହୋଇଥିଲା।

Related Posts

About The Author

Add Comment