ବଢୁଛି ପୋଲସରା ପୋଲିସ ବଟି ଆଦାୟ ଓ ଅବକାରୀ ବ୍ୟବସାୟରେ ଭାଗିଦାରୀ

Spread the love

ପୋଲସରା ୬/୬ (ସନ୍ଧାନ ନିୟୁଜ) ଦୀର୍ଘଦିନରୁ ପୋଲସରା ପୋଲିସ ଉପରୁ ପୋଲସରା ଅଞ୍ଚଳ ବାସୀଙ୍କ ପୋଲିସ ଉପରୁ ବିଶ୍ୱାସ ତୁଟି ଗଲାଣି। ଥାନାକୁ ଅଭିଯୋଗ ନିମନ୍ତେ ଯିବାକୁ ମଧ୍ୟ ସାଧାରଣ ଲୋକେ ଡରି ଗଲେଣି। କାରଣ ସହଯୋଗ ନିମନ୍ତେ ଥାନାକୁ ଗଲେ ଅସଭ୍ୟ ଭାଷାରେ ଗାଳି ଗୁଲଜ ମିଳିବା ସହ ଧମକ ଚମକ ମଧ୍ୟ ମିଳୁଛି ! ଏଫ.ଆଇ.ଆର ଦରଜ କରିବାତ ଦୂରର କଥା ଷ୍ଟେସନ ଡାଏରି ମଧ୍ୟ ହେଉନାହିଁ ! ରାଜନୈତିକ କେସ ଦେଲେତ ଚକ ଘୁଞ୍ଚେନାହିଁ କିନ୍ତୁ କାଉଣ୍ଟର କେସ କରିବା ପାଇଁ ସହାୟତା ବି ଯୋଗାଇ ଦିଆଯାଏ। ଏହି ଅସନ୍ତୋଷ ଏବଂ ଲୋକଙ୍କ ଅବ୍ୟକ୍ତ ବେଦନାରେ ହିଁ ବିଗତ ବର୍ଷ ଥାନା ପୋଡି ହୋଇଥିଲା।ସେଥିରେ ନିରୀହ ଲୋକ ମାନଙ୍କୁ ରାତି ଅଧରେ ଘରୁ ଟେକିନେଇ ପୋଢ଼ କୁ ବଡେଇଲା ଭଳି ବାଡେଇ ବାଡେଇ ଥାନାକୁ ନେଇ ଜେଲ ହାଜତ କୁ ପଠାଇ ଦେଇଥିଲେ। ପୋଲସରା ପୋଲିସ ପୋଲସରା ରେ ବଟି ଆଦାୟ ସହ ବ୍ୟବସାୟୀ ମାନଙ୍କ ସହ ମଧ୍ୟ ହାତ ମିଶାଇ ଭାଗିଦାରୀରେ ବ୍ୟବସାୟ ଚଳାଇ ଥିବା ଲୋକେ ଖୋଲା ଖୋଲି କଥା ହେବାର ଶୁଣିବାକୁ ମିଳୁଛି। ରାଣୀପଡା ଠାରୁ ବେଲ ଗାଁ ଛକ ପର୍ଯ୍ୟନ୍ତ ସମସ୍ତ ଚା ଦୋକାନ, ପାନ ଦୋକାନ, ଥଣ୍ଡା ପାନୀୟ ଦୋକାନ ଗୁଡିକରେ ଦେଶୀ ବିଦେଶୀ ଉଭୟ ମଦ ଖୋଲାଖିଲି ବିକ୍ରି ହେଉଛି।ମାଛ ମାର୍କେଟ ଭିତରେ ନୁହେଁ ଜିଦ ଜାଦରେ ରୋଡ଼ର ମଧ୍ୟ ଭାଗ ପର୍ଯ୍ୟନ୍ତ ମାଡିବାସୀ ମାଛ ବ୍ୟବସାୟ ଚାଲେ।ୟାର କୁଆଡେ ବଡ଼ ଭାଗ ଯାଏ ପୋଲିସ ବାଲାଙ୍କ ଘରକୁ ! ଉଠା ଦୋକାନୀ ଛୋଟ ଦୋକାନୀ କଥା ନ କହିବା ଭଲ, ସେମାନଙ୍କ ପାଇଁ ଟ୍ରାଫିକ ସମସ୍ୟା ହୁଏ କିନ୍ତୁ ପୋଲିସ ବାଲାଙ୍କୁ ହାତଗୁଞ୍ଜା ମିଳିଗଲେ ସବୁମାଫ।ପୋଲସରା ରେ ଟ୍ରାଫିକ ସମସ୍ୟା ଏତେ ବଢି ଗଲାଣି ଯେ ଲୁଣିଘାଟି ଠାରୁ ରାଣୀପଡା ପର୍ଯ୍ୟନ୍ତ ସାଧାରଣ ଅଟୋ ଟିଏ ଯାଉଥିଲେ ମଧ୍ୟ ମୋଟର ସାଇକେଲ ଟିଏ ଯିବା କଷ୍ଟକର କଥା।ଦିନ ଦୁଇ ପ୍ରହରେ ପିକଅପ ଠାରୁ ଆରମ୍ଭ କରି ଟ୍ରକ ଟ୍ରକ କାଠପଟା, ଦ୍ୱାରବନ୍ଧ ସାଇଜ କାଠ ପାଲ ଘୋଡାଇ ନୂଆ ଯାଉଛି ଏଥିରେ ବି ପୋଲିସ ବାଲାଙ୍କ ଠାରୁ ଆରମ୍ଭ କରି ଫରେଷ୍ଟ ଵାଲା ପର୍ଯ୍ୟନ୍ତ ମୋଟା ଅଙ୍କର ଲାଞ୍ଚ କାରବାର ଭିତରେ ଜଡିତ ବୋଲି ସାଧାରଣରେ ଚର୍ଚ୍ଚା ଶୁଣିବାକୁ ମିଳୁଛି।ଯଦି କୌଣସି ସାମ୍ବାଦିକ ଏହାକୁ ପ୍ରତିବାଦ କରି ଖବର ପ୍ରସାର କରନ୍ତି ତେବେ ସେମାନଙ୍କୁ ରାତି ଅଧିଆ ଘରୁ ଉଠାଇନେଇ ମିଥ୍ୟା କେଶରେ ଛନ୍ଦି ଦିଅନ୍ତି ଏବଂ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦିଅନ୍ତି।/Odiapua

Related Posts

About The Author

Add Comment