ଭାରତୀୟ ବିମାନ ଗୁଡ଼ିକ ପାଇଁ ନିଜର ଆକାଶପଥ ଖୋଲିଲା ପାକିସ୍ତାନ

Spread the love

ନୂଆଦିଲ୍ଲୀ, ୩/୬ (ସନ୍ଧାନ ନିୟୁଜ) : ଭାରତକୁ ଆସୁଥିବା ବିମାନଗୁଡ଼ିକ ପାଇଁ ନିଜର ଗୋଟିଏ ଏୟାର ରୁଟ (ଆକାଶ ପଥ) ଖୋଲିଛି ପାକିସ୍ତାନ । ଏହାଫଳରେ ରବିବାର ସଂଧ୍ୟାରେ ଆବୁଧାବିରୁ ଏତିହାଦର ଏକ ବିମାନ ପାକିସ୍ତାନ ଆକାଶ ଦେଇ ଭାରତରେ ପ୍ରବେଶ କରି ନୂଆଦିଲ୍ଲୀରେ ଲାଣ୍ଡ୍‌ କରିଥିଲା । ଗତ ୩ ମାସ ପରେ ଏହା ହେଉଛି ପାକିସ୍ତାନ ବାଟ ଦେଇଆସିଥିବା ପ୍ରଥମ ବିମାନ ।

ଗତ ଫେବ୍ରୁଆରୀ ୨୬ରେ ବାଲାକୋଟ ଆକ୍ରମଣ ପରେ ଭାରତୀୟ ବିମାନ ପାଇଁ ପାକିସ୍ତାନ ଗତ ଫେବ୍ରୁଆରୀ ୨୭ରେ ନିଜର ବାୟୁସୀମାକୁ ବନ୍ଦ କରିଥିଲା । ଏହାର ଜବାବ ଦେବାକୁ ଯାଇ ଭାରତ ମଧ୍ୟ ପାକିସ୍ତାନ ବିମାନ ପାଇଁ ଆକାଶସୀମା ବନ୍ଦ କରିଦେଇଥିଲା । ଏହା ଦ୍ୱାରା ଉଭୟ ଦେଶ ପ୍ରତିଦିନ କୋଟି କୋଟି ଟଙ୍କାର କ୍ଷତି ସହୁଥିଲେ । ତେବେ ଗତ ମେ ୩୧ରେ ଭାରତ ନିଜର ବାୟୁସୀମାକୁ କୋହଳ କରିବା ପରେ ପାକିସ୍ତାନ ମଧ୍ୟ ନିଜ ବାୟୁସୀମାକୁ ଭାରତୀୟ ବିମାନ ପାଇଁ ଖୋଲିବାକୁ ସଂକେତ ଦେଇଥିଲା ।

Related Posts

About The Author

Add Comment