କେବେ ବାହାରିବ +୨ ବିଜ୍ଞାନ ପରୀକ୍ଷା ଫଳ, ଆଶଙ୍କାରେ ଛାତ୍ରଛାତ୍ରୀ

Spread the love

ଭୁବନେଶ୍ୱର ୧/୬ (ସନ୍ଧାନ ନିୟୁଜ): ମେ’ ମାସ ସରିଲା, ଆଉ କେବେ ବାହାରିବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ? ବିଳମ୍ବକୁ ନେଇ ଆଶଙ୍କାରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ। ଏପଟେ ବାରମ୍ବାର ତାରିଖ ବଦଳାଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ପ୍ରଥମେ ମେ’ ଶେଷ ସପ୍ତାହ ସୁଦ୍ଧା ଫଳ ପ୍ରକାଶ ପାଇବ ବୋଲି କୁହାଯାଇଥିଲା। ଆଉ ଏବେ ଜୁନ୍ ପ୍ରଥମ ସପ୍ତାହରେ ଫଳ ବାହାରିବ ବୋଲି ଟାର୍ଗେଟ ରଖିଛି ପରିଷଦ। ସାଧାରଣ ନିର୍ବାଚନ, ବାତ୍ୟା ‘ଫୋନି’ ଓ ଖାତା ଦେଖିବା ଲାଗି ଶିକ୍ଷକଙ୍କ ଅଭାବ ପାଇଁ ରେଜଲ୍ଟ ପ୍ରକାଶରେ ବିଳମ୍ବ ଘଟୁଥିବା ସଫେଇ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ। ତେବେ ଜୁନ୍ ପ୍ରଥମ ସପ୍ତାହରେ ଫଳ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

Related Posts

About The Author

Add Comment