ଖଇରା ବ୍ଲକରେ ଟପ୍ପର ହେଲେ ଛାତ୍ରୀ ମୌସମୀ ବେହେରା

Spread the love

ବାଲେଶ୍ୱର, ୨୨/୫ (ସନ୍ଧାନ ନିୟୁଜ)-ଆଜି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ବାଲେଶ୍ୱର ଜିଲ୍ଲାର ମୋଟ ୫୧୫ଟି ବିଦ୍ୟାଳୟର ୩୨ ହଜାର ୮ଶହ ୫୭ ଜଣ ଛାତ୍ରଛାତ୍ରୀ ପରୀକ୍ଷାଦେବା ପାଇଁ ଫର୍ମ ପୂରଣ କରିଥିଲେ। ସେଥିମଧ୍ୟରୁ ପରୀକ୍ଷା ଦେଇଥିଲେ ୩୨ ହଜାର ୩ ଶହ ୮୬ ଜଣ ଛାତ୍ରଛାତ୍ରୀ। ଏଥିପାଇଁ ଜିଲ୍ଲାରେ ମୋଟ ୧୬୮ଟି ପରୀକ୍ଷା କେନ୍ଦ୍ର ଖୋଲାଯାଇଥିଲା। ହେଲେ ଆଜି ମାତ୍ର ୩୨ ହଜାର ୩ ଶହ ୬୩ ଜଣ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଫଳ ପ୍ରକାଶ ପାଇଛି। ସେଥିମଧ୍ୟରୁ ଖଇରା ବ୍ଲକର ବିଭିନ୍ନ ବିଦ୍ୟାଳୟର ମୋଟ ୧୬ ଜଣ ଛାତ୍ରଛାତ୍ରୀ ଗ୍ରେଡ-୧ ପାଇଛନ୍ତି। ସେହି ବିଦ୍ୟାଳୟ ଓ ଛାତ୍ରଛାତ୍ରୀ ମାନଙ୍କ ନାମ ଯଥା ନିଳମ୍ବର ସରକାରୀ ବିଦ୍ୟାଳୟ ତୁଡିଗଡିଆର ମୌସମୀ ବେହେରା ୫୬୮ ନମ୍ବର ରଖି ଖଇରା ବ୍ଲକରେ ଟପ୍ପର ହୋଇ ଥିବାବେଳେ ଜି ଗତିକୃଷ୍ଣ ବେହେରା ୫୬୭ ନମ୍ବର ଓ ଅଶେଶ ବେହେରା ୫୪୦ ରଖିଛନ୍ତି। ଖଇରା ସରକାରୀ ବିଦ୍ୟାଳୟର ସୌମ୍ୟକାନ୍ତ ସ ୫୪୦, ଏପି ହାଇସ୍କୁଲ ଶ୍ରୀରାମପୁରର ଗଣେଶ ପ୍ରସାଦ ମୁଦୁଲି ୫୪୦, ଜଳଦା ଡାଲଙ୍ଗ ଉଚ୍ଚ ବିଦ୍ୟାପୀଠ(ଖଣିଆ)ର ଭାଗ୍ୟଲକ୍ଷ୍ମୀ ଓଝା ୫୫୩, ଶୁଭଶ୍ରୀ ବେହେରା ୫୪୦ ଓ ନିବେଦିତା ବାରିକ ୫୪୦ ନମ୍ବର ରଖିଛନ୍ତି। ବାଘୁଆ ନୋଡାଲ ହାଇସ୍କୁଲର ହିରାଦ୍ରିତନୟା ନନ୍ଦ ୫୪୦, ଗଣ୍ଡିବେଡ ନୋଡାଲ ହାଇସ୍କୁଲର ଅମର ଜ୍ୟୋତି ଘଡାଇ ୫୪୫, ଗୋବିନ୍ଦ ଜୀଉ ଉଚ୍ଚ ବିଦ୍ୟାପୀଠ ରୁସ୍ତମପୁରର ପ୍ରଶାନ୍ତ କୁମାର ବେହେରା ୫୫୨, ପଳାସପୁର ନୋଡାଲ ହାଇସ୍କୁଲର ସୁଶ୍ରୀ ହରପ୍ରିୟା ଦାସ ୫୪୦, ଚଣ୍ଡିମାତା ଉଚ୍ଚ ବିଦ୍ୟାପୀଠ ଗୋଳିହାର ଶୁଭମ ଶୁଭଦୀପ ପାତ୍ର ୪୫୦, ଭଗବତୀ ଉଚ୍ଚ ବିଦ୍ୟାପୀଠ ବରଦାର ଦୀପକ କୁମାର ବାରିକ ୫୪୬, ସତ୍ୟଭାମା ଉଚ୍ଚ ବିଦ୍ୟା ମନ୍ଦିର ଭାଟପଡାର ବଳରାମ ପଲେଇ ୫୫୫ ଓ ରଣପୁର ବାଉଁଶ ଗଡିଆ ହାଇସ୍କୁଲ ଆର୍ଯ୍ୟ କୁମାର ଦଳେଇ ୫୪୦ ନମ୍ବର ରଖି ପାସ କରିଛନ୍ତି।

Related Posts

About The Author

Add Comment