ଗାନ୍ଧୀଙ୍କୁ ପାକିସ୍ତାନ ରାଷ୍ଟ୍ରପିତା କହୁଥିବା ନେତାକୁ ବିଜେପି କଲା ନିଲମ୍ବନ

Spread the love

ନୂଆଦିଲ୍ଲୀ, ୧୭/୫ (ସନ୍ଧାନ ନିୟୁଜ) : ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ନେତା ବିବାଦୀୟ ବୟାନ ଦେଇ ହରଡ ଘଣାରେ ପଡ଼ୁଥିବା ଖବର ମିଳୁଛି। ପ୍ରଥମେ ସ୍ୱାଧୀ ପ୍ରଜ୍ଞା ଓ ଅନ୍ତିମ ହେଗଡେଙ୍କ ପରେ ଏବେ ମଧ୍ୟପ୍ରଦେଶ ବିଜେପି ପ୍ରବକ୍ତା ଅନିଲ ସୋମିତ୍ର ବିବଦୀୟ ବୟାନ ଦେଇଛନ୍ତି। ନାଥୁରାମ ଗଡସେ-ମହାତ୍ମାଗାନ୍ଧି ବିବାଦକୁ ନେଇ ବୟାନ ଦେଇ ମାହାତ୍ମଗାନ୍ଧୀଙ୍କୁ ପାକିସ୍ତାନ ରାଷ୍ଟ୍ରପତି ବୋଲି କହିଥିଲେ।

ଅନିଲ ସୋମିତ୍ର ଜାତୀୟପିତା ମହାତ୍ମାଗାନ୍ଧିଙ୍କୁ ନେଇ ଫେସ୍‌ବୁକ୍‌ରେ ଲେଖିଥିଲେ କି, ଜାତିର ପିତା ଥିଲେ, କିନ୍ତୁ ପାକିସ୍ତାନ ରାଷ୍ଟ୍ରର। ଭାରତ ରାଷ୍ଟ୍ରରେ ତ ତାଙ୍କ ଭଳି କୋଟିକୋଟି ପୁତ୍ର ଅଛନ୍ତି। କିଛି ମଣିଷ ତ କିଛି ଅମଣିଷ। କହି ରଖିବାକୁ ଯାଉଛି କି, ଅନିଲ ସୋମିତ୍ର ବିଜେପି ମିଡିଆ ସମ୍ପର୍କ ବିଭାଗର ପ୍ରମୁଖ ଅଟନ୍ତି। ଅନିଲ ଦେଇଥିବା ଏହି ବିବାଦୀୟ ବୟାନର ପୋଷ୍ଟକୁ ଏଯାବତ ସେ ନିଜ ସାଇଟ୍‌ରୁ ଡିଲିଟ କରି ନାହାନ୍ତି। ଏହାପରେ ବି ସେ ଅଲଗା ଅଲଗା ଭାବେ କେତେକ ପୋଷ୍ଟ ଦେଇ ସାରିଲେଣି।

ଗଡସେକୁ ନେଇ ବୟାନବାଜି ପରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଅସନ୍ତୋଷ ବ୍ୟକ୍ତ କରି ସ୍ୱାଧୀ, ହେଗଡେଙ୍କ ବୟାନ ପାର୍ଟ ସହିତ କୌଣସି ସମ୍ପର୍କ ନାହିଁ ବୋଲି କହିଥିଲେ। ସେହିପରି ମହାତ୍ମାଗାନ୍ଧିଙ୍କୁ ପାକିସ୍ତାନ ରାଷ୍ଟ୍ରପତି କହୁିଥିବା ବିଜେପି ନେତା ଓ ପ୍ରବକ୍ତା ଅନିଲ ସୋମିତ୍ରଙ୍କୁ ପାର୍ଟି ପ୍ରାଥମିକ ସଦସ୍ୟତାରୁ ନିଲମ୍ବନ କରି ଦେଇଛି ବୋଲି ସୂଚନା ଦେଇଛନ୍ତି।

Related Posts

About The Author

Add Comment