ଧର୍ମଶାଳା, ୨/୬ (ସନ୍ଧାନ ନିୟୁଜ୍/ଦିପକ କୁମାର ମଲ୍ଲିକ) ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକର ବିଭିନ୍ନ ପଂଚାୟତର ବହୁ ଗ୍ରାମ ମାନଙ୍କର ବହୁ ପକଳ୍ପ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ସିଧାସଳକ ଅନଲାଇନ ଭିଡିଓ ଜରିଆରେ ଧର୍ମଶାଳା ବାସୀଙ୍କ ସ୍ୱାଗତ କରି ଗ୍ରାମର ଅନୁମୋଦନ ହୋଇଥିବା ପକଳ୍ପକୁ ଶୀଘ୍ର କାର୍ଯ୍ୟ ସାରିବାକୁ ମଧ୍ୟ କହିଛନ୍ତି । ଆଜି ଏହି ଯୋଜନା ପାଇଁ ଧର୍ମଶାଳା ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଥିଲା ।
ସକାଳ ସମୟରୁ ଏହି ଯୋଜନା ପାଇଁ ଜାରାକାସ୍ଥିତ କଳ୍ପତରୁ ଦାସ ଷ୍ଟାଡିୟମ ପରିସରରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ,ଯାଜପୁର ସାଂସଦ ରୀତା ତରାଇ, ଜିଲ୍ଲାପାଳ ରଂଜନ କୁମାର ଦାସ, ପକଳ୍ପ ନିଦେ୍ର୍ଧଶକ ବଜ୍ର ଗୋପାଳ ଆଚାର୍ଯ୍ୟ, ଧର୍ମଶାଳା ବିଡିଓ ଅମ୍ବିକା ପ୍ରଶାଦ ଦାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ନିରଞ୍ଜନ ରାଉତ,ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ,ହରିଦାସପୁର ସରପଂଚ ପ୍ରତିନିଧି ରୁପେଷ ଭଦ୍ର, ସୁନ୍ଦରିଆ ସରପଂଚ ଜୀବନାନନ୍ଦ ପରିଡା, ସମେତ ସମସ୍ତ ଗ୍ରାମପଂଚାୟତର ସରପଂଚ, ସମିତସଭ୍ୟ ଜିଲ୍ଲା ଏବଂ ବ୍ଲକର ସମସ୍ତ ଉଚ୍ଚଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଜନସାଧରଣ ଉପସ୍ଥିତ ରହି ଏହି ଯୋଜନାରେ କେଉଁ ଗ୍ରାମକୁ କେତେ ଟଙ୍କା ଅନୁମୋଦନ କରାଯାଇଛି ତାହା ସିଧାସଳକ ଜାଣିପାରିଥିଲେ ।
https://www.youtube.com/watch?v=7TjomJajEl0