ନୌସେନା ଋଷରୁ କିଣିବ କେମୋଭ ଚୋପର: ପ୍ରସ୍ତାବକୁ ମଞ୍ଜୁରୀ ଦେଲା ପ୍ରତିରକ୍ଷା ମନ୍ତ୍ରାଳୟ

Spread the love

ନୂଆଦିଲ୍ଲୀ, ୪/୫ (ସନ୍ଧାନ ନିୟୁଜ) : ପ୍ରତିରକ୍ଷା ମନ୍ତ୍ରାଳୟ ଶୁକ୍ରବାର ଋଷ ଠାରୁ ଭାରତୀୟ ନୌସେନା ୩୧ଟି ୧୦ କେମୋଭ ଶ୍ରେଣୀର ଚୋପର କିଣିବା ପ୍ରସ୍ତାବକୁ ମଞ୍ଜୁର କରିଛି। ୩,୬୦୦ କୋଟି ବ୍ୟୟରେ ଏହି ଲଢୁଆ ଚୋପରକୁ ଭାରତ କ୍ରୟ କରିବ। ନୌସେନା ଏହାର ଯୁଦ୍ଧ ଜାହାଜ ଓ ବିମାନବାହୀଗୁଡ଼ିକୁ ବିମାନ ଆକ୍ରମଣରୁ ସୁରକ୍ଷିତ ରଖିବା ଲାଗି ଏହି ଚୋପର କିଣୁଥିବା ସୂଚନା ରହିଛି।

ସରକାରୀ ସୂତ୍ର ଅନୁସାରେ ଏହାର ବିମାନବାହୀ ଯୁଦ୍ଧ ଜାହାଜଗୁଡ଼ିକର ସୁରକ୍ଷା ଲାଗି ଋଷ ନିର୍ମିତ ଚୋପର କିଣିବା ଲାଗି ପ୍ରସ୍ତାବ ଦେଇଥିଲା। ଗତକାଲି ନୌସେନା ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି।

ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଡିଫେନ୍ସ ଅକ୍ୟୁଜିସେନ୍‌ କାଉନ୍ସିଲ୍‌ର ବୈଠକରେ ଆଲୋଚନା ପରେ ଏହି କ୍ରୟ ଲାଗି ମଞ୍ଜୁରୀ ମିଳିଛି।
ପୂର୍ବରୁ ନୌସେନା ପାଖରେ ୧୨ଟି ୧୦ କେମୋଭ ଶ୍ରେଣୀୟ ଚୋପର ରହିଛି ଓ ଏହା ଗଭୀର ସମୁଦ୍ରରେ ମୁତୟନ ହୋଇଥିବା ଡେଷ୍ଟ୍ରୟର ଶ୍ରେଣୀୟ ଜାହାଜକୁ ସମ୍ଭାବିତ ବିମାନ ଆକ୍ରମଣରୁ ସୁରକ୍ଷିତ କରୁଛି।

Related Posts

About The Author

Add Comment