କୋରାପୁଟ ଜିଲ୍ଲାର ବୈପାରିଗୁଡା ସ୍ଥିତ ମୁଣ୍ଡାଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଧୁଭୁତ ଧରଣର ଫଳ

Spread the love

ବୈପାରିଗୁଡା, ୨୯/୪(ସନ୍ଧାନ ନିୟୁଜ/ ସରୋଜ କୁମାର ଲେଙ୍କା) – ଅଧୁଭୁତ ଧରଣର ଫଳ ।କୋରାପୁଟ ଜିଲ୍ଲାର ବୈପାରିଗୁଡା ସ୍ଥିତ ମୁଣ୍ଡାଗୁଡା ଗ୍ରାମରେ ଏକ ଆଶ୍ଚର୍ଯ୍ୟ ଜନକ ଫଳ ଦେଖିବାକୁ ମିଳିଛି ।ଏହି ଫଳ ଟି ମୁଣ୍ଡାଗୁଡା ଗ୍ରାମର ସ୍ବର୍ଗତ ନିଧିରାମ ଜେନା ଙ୍କ ବାଡିବଗିଚାରେ ଥିବା ପଣସ ଗଛରେ ଏ ଭଳି ଫଳ ଦେଖିବାକୁ ମିଳିଛି ।ସ୍ବର୍ଗତ ନିଧିରାମ ଜେନା ଙ୍କ ବାଡିବଗିଚାରେ ବିଭିନ୍ନ କିସମର ଗଛ ଲଗାଯାଇଥିବା ବେଳକୁ ବିଭିନ୍ନ କିସମର ଫଳ ଓ ଫୁଲ ଗଛ ମଧ୍ୟ ଲଗାଯାଇଛି ।ସ୍ବର୍ଗତ ନିଧିରାମ ଜେନା ଙ୍କ ବଡ ପୁଅ ଶ୍ରୀ ନିରାକାର ଜେନା ଜଣେ ସମାଜସେବୀ ହିସାବରେ ବେଶ ଜଣାଶୁଣା ହୋଇଥିବା ବେଳେ ମଧ୍ୟମ ପୁଅ ଶ୍ରୀ ନିରଞ୍ଜନ ଜେନା ମଧ୍ୟ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି ।ଏହି ସମ୍ମାନ ସେ କୋରାପୁଟ ଆରକ୍ଷୀ ନିରୀକ୍ଷକ ଡ଼ଃ କନୱାର ବିଶ୍ୱାଳ ସିଂ ଏବଂ ବୈପାରିଗୁଡା ବନବିଭାଗ ଦ୍ୱାରା ପୁରସ୍କୃତ ହୋଇଥିଲେ ଯାହାଦ୍ୱାରା କି ସେ ବୃକ୍ଷ ଲଗାଇ ବଢାଇବାରେ  କୌଣସି ପ୍ରକାର ଅସୁବିଧା ର ସମ୍ମୁଖିନ ହେଉନାହାନ୍ତି ।ମୁଣ୍ଡାଗୁଡା ଗ୍ରାମର ସ୍ବର୍ଗତ ନିଧିରାମ ଜେନା ଙ୍କ ବାଡିବଗିଚାରେ ଥିବା ଏକ ପଣସ ଗଛରୁ ଅଧୁଭୁତ ଧରଣ ର ଫଳ ହୋଇ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ଯାହାକୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା ।

Related Posts

About The Author

Add Comment