ଗୋଟିଏ ଟିସୁ ପେପର ଖୋଲିଦେଲା ହତ୍ୟା ରହସ୍ୟ

Spread the love
ଭୁବନେଶ୍ୱର, ୨୫/୪ (ସନ୍ଧାନ ନିୟୁଜ) : ଗୋଟିଏ ଟିସୁ ପେପର ମଧ୍ୟ ହତ୍ୟା ଘଟଣାର ରହସ୍ୟ ଉନ୍ନୋଚନ କରିପାରେ । ଗୋଟିଏ ଟିସୁପେପର ପୋଲିସକୁ ସାହାଯ୍ୟ କରି ତାଙ୍କୁ ଅଭିଯୁକ୍ତ ପାଖକୁ ମଧ୍ୟ ପହଞ୍ଚାଇପାରେ। ଅପରାଧୀ ଯେତେ ଚାଲକ ହେଲେ ବି କିଛି ନା କିଛି ପ୍ରମାଣ ଛାଡିଯାଇଥାଏ । କେବଳ ପୋଲିସର ସନ୍ଧାନୀ ଆଖି ତାକୁ ଚିହ୍ନଟ କରିପାରିବା ଆବଶ୍ୟକ ।
ଗୋଟେ ଟିସୁ ପେପର କେମିତି ହତ୍ୟାକାରୀ ପାଖରେ ପୋଲିସକୁ ପହଞ୍ଚାଇପାରେ ଏହା ଶୁଣିବାକୁ ବିଚିତ୍ର ଲାଗୁଥାଇପାରେ,କିନ୍ତୁ ଏହା ହିଁ ସତ। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଡି ତିଓ୍ବାରୀଙ୍କ ପୁଅ ରୋହିତ ଶେଖରଙ୍କ ହତ୍ୟା ମାମଲାରେ ଏପରି କିଛି ଘଟଣା ଘଟିଛି। ଗତ ୫ଦିନ ଧରି ପୋଲିସ୍ ରୋହିତଙ୍କ ହତ୍ୟାର ରହସ୍ୟ ଉନ୍ମଚନରେ ଲାଗିପଡ଼ିଥିଲା।
କିନ୍ତୁ ହତ୍ୟାର ୩ଦିନ ପରେ ପୋଲିସକୁ ରୋହିତଙ୍କ ରୁମରୁ ଏକ ଏପରି ପ୍ରମାଣ ମିଳିଥିଲା ଯାହା ଦ୍ବାରା ପୋଲିସ୍ ହତ୍ୟାକାଣ୍ଡର ମୁ‌ଖ୍ୟ ଅଭିଯୁକ୍ତ ରୋହିତଙ୍କ ପତ୍ନୀ ଅପୂର୍ବାଙ୍କନିକଟରେ ପହଞ୍ଚିବାରେ ସକ୍ଷମ ହୋଇଥିଲା। ଯାଞ୍ଚ ସମୟରେ ଦିଲ୍ଲୀ ପୋଲିସ୍ ସିବିଆଇ ଫରେନସିକ୍ ଟିମର ମଧ୍ୟ ସାହାଯ୍ୟ ନେଇଥିଲା। ଅପ୍ରେଲ୍ ୨୨ତାରିଖ ଦିନ ପୋଲିସ୍ ପୁଣି ଥରେ ରୋହିତଙ୍କ ରୁମର ଯାଞ୍ଚ କରିଥିଲା।
ଏହି ଯାଞ୍ଚ ସମୟରେ ପୋଲିସକୁ ବେଡ୍ ପାଖରେ କିଛି ଟିସୁ ପେପର ମିଳିଥିଲା। ଟିସୁ ପେପର ମିଳିବା ଏବଂ ଏଥିରେ ଲାଗିଥିବା ରକ୍ତ ପୋଲିସକୁ ବିଭିନ୍ନ କଥା ଭାବିବାକୁକୁ ବାଧ୍ୟ କରିଥିଲା  ଯେତେବେଳେ ରୋହିତଙ୍କ ନାକରୁ ରକ୍ତ ବାହାରୁଥିଲା ସେତେବେଳେ ସେହି ରୁମରେ କେହି ଜଣେ ଥିଲେ ଯିଏ ସେହି ରକ୍ତକୁ ଲଗାତରଭାବେ ସଫା କରୁଥିଲେ।
ରୁମ ଯାଞ୍ଚ ଚାଲିଥିବାବେଳେ ପୋଲିସକୁ ରୋହିତଙ୍କ ତକିଆ ଉପରେ କୈାଣସି ରକ୍ତ ଦାଗ ମିଳିନଥିଲା। ସିସିଟିଭି କ୍ୟାମେରା ଯାଞ୍ଚ ପୂର୍ବରୁ ଏହା ପ୍ରମାଣିତ ହୋଇସାରିଥିଲା ଯେ ସେହିଦିନ ରାତିରେ ବାହାରୁ ଘର ଭିତରକୁ କେହି ଆସିନଥିଲେ।
ସିବିଆଇର ଫରେନସିକ୍ ଟିମ୍ ଟିସୁର ଯାଞ୍ଚ କରିଥିଲେ। ଯାଞ୍ଚ ପରେ ପ୍ରମାଣିତ ହୋଇଥିଲା ଯେ ଟିସୁରେ ଲାଗିଥିବା ରକ୍ତ ରୋହିତଙ୍କ ଥିଲା। ଏହା ପରେ ପୋଲିସ୍ ତାଙ୍କ ପତ୍ନୀ ଅପୂର୍ବାଙ୍କୁ ଗିରଫ କରିଥିଲା।

Related Posts

About The Author

Add Comment