ସହୀଦ ଲକ୍ଷଣ ନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁକ୍ତ ଦୁଇ ପରୀକ୍ଷା ଶେଷ

Spread the love

ବୈପାରିଗୁଡା, ୩୦/୩ (ସନ୍ଧାନ ନିୟୁଜ/ସରୋଜ କୁମାର ଲେଙ୍କା – ବୈପାରିଗୁଡା ସ୍ଥିତ ସହୀଦ ଲକ୍ଷଣ ନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁକ୍ତ ଦୁଇ ପରୀକ୍ଷା ଶେଷ ହୋଇଛି ।ଏବେ ପରୀକ୍ଷା ଫଳାଫଳ ଅପେକ୍ଷା ରେ ଛାତ୍ର ଛାତ୍ରୀ ।ଉକ୍ତ ପରୀକ୍ଷା କେନ୍ଦ୍ର ରେ କୁନ୍ଦୁରା ସ୍ଥିତ ବାଣୁଆ ଗୁଡା ଏବଂ ବୈପାରିଗୁଡା ସ୍ଥିତ ସହୀଦ ଲକ୍ଷଣ ନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପରୀକ୍ଷା ଦେଇଥିବା ଜଣାପଡ଼ିଛି ।ଏଥି ନିମନ୍ତେ ପରୀକ୍ଷା କେନ୍ଦ୍ର କୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।ଏହି ପରୀକ୍ଷା କେନ୍ଦ୍ର ରେ ମୋଟ ୩୮୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ର ଜଣାପଡିଛି ।ଉକ୍ତ ପରୀକ୍ଷା କେନ୍ଦ୍ର କୁ ବୈପାରିଗୁଡା ବ୍ଲକ ଅଫିସର ଆକାଉଣ୍ଟ ଅଫିସର ଶ୍ରୀଯୁକ୍ତ ସେବାରାମ ମେହେର ପରୀକ୍ଷା ପର୍ଯ୍ୟବେକ୍ଷକ ଭାବେ ପରୀକ୍ଷା ତଦାରଖ କରିବା ପାଇଁ ଘୁରିବୁଲୁଥିବା ଦେଖିବାକୁ ମିଳିଥିଲା।ଏବେ କିନ୍ତୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରୀକ୍ଷା ଦେଇଥିବା ଛାତ୍ର ଛାତ୍ରୀ ମାନେ ପରୀକ୍ଷା ଫଳାଫଳ ଅପେକ୍ଷା ରେ ରହିଥିବା ଜଣାପଡିଛି ।

Related Posts

About The Author

Add Comment