ବୈପାରିଗୁଡା, ୮/୩ (ସନ୍ଧାନ ନିଉଜ/ ସରୋଜ କୁମାର ଲେଙ୍କା) : ବୈପାରିଗୁଡା ସ୍ଥିତ ସହୀଦ ଲକ୍ଷଣ ନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଜି ଯୁକ୍ତ ଦୁଇ ର ପରୀକ୍ଷା ଆରମ୍ଭ ହୋଇଯାଇଛି ।ଉକ୍ତ ପରୀକ୍ଷା କେନ୍ଦ୍ର ରେ କୁନ୍ଦୁରା ସ୍ଥିତ ବାଣୁଆ ଗୁଡା ଏବଂ ବୈପାରିଗୁଡା ସ୍ଥିତ ସହୀଦ ଲକ୍ଷଣ ନୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପରୀକ୍ଷା ଦେଇଥିବା ଜଣାପଡ଼ିଛି ।ଏଥି ନିମନ୍ତେ ପରୀକ୍ଷା କେନ୍ଦ୍ର କୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।ଆଜି ପ୍ରଥମ ଦିନରେ ଛାତ୍ର ଛାତ୍ରୀ ମାନେ ପ୍ରଥମ ଭାଷା ଓଡ଼ିଆ ରେ ପରୀକ୍ଷା ଦେଇଥିବା ଜଣାପଡ଼ିଛି ।ଏହି ପରୀକ୍ଷା କେନ୍ଦ୍ର ରେ ମୋଟ ୩୮୭ ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୩୭୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ କୌଣସି କାରଣ ବଶତଃ ୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସିପାରିନଥିଲେ ।ଉକ୍ତ ପରୀକ୍ଷା କେନ୍ଦ୍ର କୁ ବୈପାରିଗୁଡା ତହସିଲଦାର ଦାଇତ୍ଵ ରେ ଥିବା ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ସଂଜୀବ କୁମାର ସାହୁ ପରୀକ୍ଷା ତଦାରଖ କରିବା ପାଇଁ ଆସିଥିବା ଦେଖିବାକୁ ମିଳିଛି ।ପରୀକ୍ଷା କେନ୍ଦ୍ର କୁ ମୋବାଇଲ ଫୋନ ନ ନେବାପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀଯୁକ୍ତ କୁମୁଦ ରଂଜନ ମହାରଣା ପ୍ରକାଶ କରିଛନ୍ତି ।
ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ
|
March 8, 2019 |



